ଚାନ୍ଦିପୁରରୁ ‘ଅଭ୍ୟାସ’ ମିସାଇଲର ସଫଳ ପରୀକ୍ଷଣ

Published By : Prameya-News7 Bureau | May 14, 2019 IST

ବାଲେଶ୍ବର ୧୪|୫: ଚାନ୍ଦିପୁରରୁ ଅଭ୍ୟାସ ମିସାଇଲର ସଫଳ ପରୀକ୍ଷଣ । ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଏଲ୍ ଟାର୍ଗେଟ ହିଟ୍ ଶ୍ରେଣୀର ଅଭ୍ୟାସ ମିସାଇଲ୍ ଏବଂ ପାଇଲଟ ବିହୀନ ଏୟାରକ୍ରାଫ୍ଟ କାର୍ଯ୍ୟ ତୁଲାଇପାରିବ । ସ୍ବଦେଶୀ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଏହାର ବିକାଶ କରିଛି । ୨୦୧୩ରେ ପ୍ରଥମେ ଏହାର କାର୍ଯ୍ୟ ଡିଆରଡିଓ ଆରମ୍ଭ କରିଥିଲା । ପରୀକ୍ଷଣ ସମୟରେ ଏହାର ଗତିକୁ ରାଡାରରେ ଅନୁଧ୍ୟାନ କରାଯାଇଥିଲା ।

ପରୀକ୍ଷଣ ସଫଳ ହୋଇଥିବା ବେଳେ ଏହାକୁ ସେନାବାହିନୀରେ ସାମିଲ ନେଇ କାର୍ଯ୍ୟ ଆରମ୍ଭ ହେବ । ପୂର୍ବରୁ ଆମେରିକା ପ୍ରିଡେଟର ଡ୍ରୋନ ଶୈଳୀରେ ତିଆରି ହୋଇଥିବା ରୁସ୍ତମ ୨ ପାଇଲଟ ଲେସ୍ ଏୟାରକ୍ରାଫ୍ଟର ସଫଳ ପରୀକ୍ଷଣ କରିଥିଲା ।  ରୁସ୍ତମ ୨ ପରେ ଏବେ ଅଭ୍ୟାସ ଭାରତ ପାଇଁ ଆହୁରି ଅଧିକ ଉପଯୋଗୀ ହୋଇପାରିବ । ଏହା ମାଧ୍ୟମରେ ଏୟାର ଟୁ ଏୟାର କିମ୍ବା ସର୍ଫେସ ଟୁ ଏୟାର ମିଜାଇଲର ପରୀକ୍ଷଣ କରାଯାଇ ପାରିବ । ସେହିପରି ଅନ୍ୟ ଏୟାରକ୍ରାଫଟକୁ ଟ୍ରାକ୍ ମଧ୍ୟ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.