Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ହଲଦାନୀ-ଋଷିକେଶରେ କୋଭିଡ କେୟାର ହସ୍ପିଟାଲ ନିର୍ମାଣ କରୁଛି DRDO

9/05/2021 at 9:43 AM

ନୂଆଦିଲ୍ଲୀ ୯/୫ : ଦେଶରେ କରୋନା ସଂକ୍ରମଣ ବଢୁଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଭଲ ଖବର । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) କରୋନା ପାଇଁ ଲଗାତାର ଗୋଟିଏ ପରେ ଗୋଟିଏ ଉଦ୍ୟମ ଜାରି ରଖିଛି । କରୋନା ପାଇଁ ସ୍ୱଦେଶୀ ଔଷଧ ବାହାର କରିବା ପରେ ଉତ୍ତରାଖଣ୍ଡର ହଲଦାନୀ ଓ ଋଷିକେଶରେ ୨ଟି କୋଭିଡ କେୟାର ହସ୍‌ପିଟାଲ ନିର୍ମାଣ କରିଛି ସଂସ୍ଥା ।

ଡିଆରଡିଓ ପକ୍ଷରୁ ହଲଦାନୀରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ନିର୍ମାଣ କରାଯାଉଛି । ଏଥିରେ ୩୭୫ଟି ଅକ୍ସିଜେନ ବେଡ ଓ ୧୨୫ଟି ଭେଣ୍ଟିଲେଟର ରହବ । ସେହିଭଳି ଋଷିକେଷରେ ୪୦୦ ଅକ୍ସିଜେନ ବେଡ ପ୍ରତିଷ୍ଠା କରୁଛି । ଋଷିକେଶରେ ୧୦୦ଟି ଭେଣ୍ଟିଲେଟର ବେଡ ରହିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଡିଆରଡିଓ ଦ୍ୱାରା କରୋନା ଔଷଧ ୨-ଡିଜିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଦ୍ୱାରା ଅନୁମତି ପ୍ରଦାନ କରିଛି । ଏହି ଔଷଧ ଆଇଏନ୍‌ଏମ୍‌ଏସ୍ ଓ ହାଇଦ୍ରାବାଦର ସିସିଏମ୍‌ବିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେବ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଔଷଧର ନାମ ଡିଅକ୍ସ-ଡି-ଗ୍ଲୁକୋଜ ରଖାଯାଇଛି ଏବଂ ଏହାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଥିବା କଥା କୁହାଯାଉଛି ।

   Related Posts