DRDO ଗୁପ୍ତ ତଥ୍ୟ ଲିକ୍ ମାମଲା : ସନ୍ଦିଗ୍ଧ ମହିଳାଙ୍କର ୨ ଅଭିଯୁକ୍ତଙ୍କ ସହ ଥିଲା ଘନିଷ୍ଠ ସମ୍ପର୍କ, ଭିଡିଓ କଲ୍‌ରେ ହେଉଥିଲେ କଥା

Published By : Prameya-News7 Bureau | September 25, 2021 IST

କଟକ ୨୫।୯: ଡିଆରଡିଓ ଗୁପ୍ତଚର ମାମଲାରେ ସନ୍ଦିଗ୍ଧ ମହିଳାଙ୍କର ୨ ଅଭିଯୁକ୍ତଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ସହ ଭିଡିଓ କଲରେ କଥା ହୋଇଛନ୍ତି ରହସ୍ୟମୟୀ ମହିଳା । ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ସ୍ଥିତ ଘରକୁ ଆସିବା ପାଇଁ ମହିଳା ଜଣଙ୍କ କହିଥିଲେ ।

ସନ୍ଦିଗ୍ଧ ମହିଳା କେବଳ ହିନ୍ଦୀରେ କଥା ହେଉଥିଲେ । ସୋସିଆଲ ମିଡିଆର ୭ଟି ଜାଲ ଆକାଉଣ୍ଟ ଜରିଆରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ରଖିଥିଲେ ମହିଳା । ସନ୍ଦିଗ୍ଧ ମହିଳାଙ୍କ ବାବଦରେ ଅଧିକ ତଦନ୍ତ ଚାଲିଛି । ମହିଳାଙ୍କ ମୋବାଇଲ ନମ୍ବର ଆଧାରରେ ତାଙ୍କ ଠିକଣା ପାଇବାକୁ ଚେଷ୍ଟା ଚାଲିଛି ବୋଲି କ୍ରାଇମବରାଞ୍ଚ ଏଡିଜି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.