Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

DRDO ଗୁପ୍ତ ତଥ୍ୟ ଲିଙ୍କ୍ ମାମଲା : ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

29/09/2021 at 5:28 PM

ଭୁବନେଶ୍ବର ୨୯।୯: ଡିଆରଡିଓ ଗୁପ୍ତ ତଥ୍ୟ ଲିଙ୍କ୍ ମାମଲାରେ ସମ୍ପୃକ୍ତ ରହସ୍ୟମୟୀଙ୍କ ସମ୍ପର୍କରେ ପରିଚୟ ପାଇବା ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ବ୍ରିଟେନରୁ ଆସିଥିବା ଫୋନ୍ ନମ୍ବର ପ୍ରକୃତରେ କାହାର ବା କାହା ନାଁରେ ଏହି ନମ୍ବର ରହିଛି ତାର ଛାନଭିନ୍ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ସେପଟେ ଦୁବାଇରୁ ଆସିଥିବା ଟଙ୍କା କାହା ଆକାଉଣ୍ଟରୁ ଆସିଥିଲା ତାର ମଧ୍ୟ ସହାୟତା ପାଇଁ ଇଣ୍ଟରପୋଲର ଦ୍ବାରସ୍ଥ ହେବ କ୍ରାଇମବ୍ରାଞ୍ଚ ।

କିଏ ଏହି ସୁନ୍ଦରୀ ତରୁଣୀ ? ଯାହାର ପରିଚୟ ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟର ତଦନ୍ତକାରୀ ସଂସ୍ଥା ଲାଗି ପଡିଛନ୍ତି । ଏବେ ଇଣ୍ଟରପୋଲ ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିବ କ୍ରାଇମବ୍ରାଞ୍ଚ । ବ୍ରିଟେନର ବ୍ୟବହୃତ ଫୋନ୍ ନମ୍ବର କାହା ନାମରେ ରହିଛି । ଦୀର୍ଘ ୮ ମାସ ଧରି ତରୁଣୀ ଏହି ନମ୍ବରକୁ କିପରି ପାଇଥିଲେ । ତରୁଣୀ ଜଣକ ଭାରତର ନାଗରିକ ନାଁ ବାହାର ଦେଶର । ଦୁବାଇର କାହା ଆକାଉଣ୍ଟରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା । ସେହି ଆକାଉଣ୍ଟଧାରୀଙ୍କ ସହିତ ମହିଳାଙ୍କର କି ସମ୍ପର୍କ ଅଛି । ଏ ସବୁର ତଦନ୍ତ  ପାଇଁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲର ସହାୟତା ନେବ ।  ନିୟମ ଅନୁଯାୟୀ କ୍ରାଇମବ୍ରାଞ୍ଚ ଏନେଇ ସିବିଆଇର ସହଯୋଗ ଲୋଡ଼ିବ ।  ସିବିଆଇ ଇଣ୍ଟରପୋଲ ସହିତ ଯୋଗାଯୋଗ କରି ତଥ୍ୟ ଆଣିବାର ବ୍ୟବସ୍ଥା କରିବ ।

୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଡିଆରଡିଓଙ୍କ ଡ୍ରାଇଭର ଉପରେ ଅଧିକ ଫୋକସ୍ କରୁଛି କ୍ରାଇମବ୍ରାଞ୍ଚ । ଏପରିକି ତାର ଫେସବୁକ୍ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ପାଖକୁ ଯାଇଥିବା କିଛି ତଥ୍ୟ ମଧ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ଡିଲିଟ ହୋଇଯାଇଥିବା ଅନେକ ତଥ୍ୟକୁ ରିଷ୍ଟୋର କରିବାକୁ ଫୋରେନସିକ୍ ଲ୍ୟାବର ସହାୟତା ଲୋଡିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ତେବେ ଇଣ୍ଟପୋଲ ମାଧ୍ୟମରେ ଅନେକ ତଥ୍ୟ ହାସଲ କରିପାରେ କ୍ରାଇମବ୍ରାଞ୍ଚ ବୋଲି କହିଛନ୍ତି ପୂର୍ବତନ ଡିଜି ।

   Related Posts