DRDO ଗୁପ୍ତ ତଥ୍ୟ ଲିକ୍ ଘଟଣା : ସାମ୍ନାକୁ ଆସିଲା ଆଉ ଜଣେ ମହିଳାଙ୍କ ନାଁ, ଅଭିଯୁକ୍ତକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇ ନେଇଥିଲେ ୪୦ହଜାର ଟଙ୍କା

Published By : Prameya-News7 Bureau | November 06, 2021 IST

ଭୁବନେଶ୍ବର ୬।୧୧: ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ୫ ଜଣ ଗିରଫ ହେବା ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଏହି ଘଟଣାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ତେବେ ସଂପୃକ୍ତ ରହସ୍ୟମୟୀ ମହିଳାଙ୍କ ଆଇଡିରୁ ଜଣେ ଅଭିଯୁକ୍ତଙ୍କ ନିକଟକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆସିଥିଲା ।

ମହିଳା ଜଣଙ୍କ ଅଭିଯୁକ୍ତଜଣଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ । ଏହାପରେ ଅଭିଯୁକ୍ତ ଜଣଙ୍କ ଟଙ୍କା ମଧ୍ୟ ପଠାଇଥିଲେ । ତେବେ ୨୦୨୧ ମସିହା ଅପ୍ରେଲ ୧୮ ଚାରିଖରେ ମୁମ୍ବାଇର ୨ ଜଣ ଯୁବକଙ୍କ ନାଁରେ ଟଙ୍କା ଯାଇଥିଲା । ମହିଳା ଜଣଙ୍କ ମୁମ୍ବାଇର ଏହି ୨ ଯୁବକଙ୍କ ଠିକଣା ଦେଇଥିଲେ । ଯାହା ପରେ ଅଭିଯୁକ୍ତ ଜଣଙ୍କ ସେମାନଙ୍କ ନିକଟକୁ ଟଙ୍କା ପଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.