Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆକାଶ ମିଶାଇଲ୍‌ର ସଫଳ ପରୀକ୍ଷଣ, ଶତ୍ରୁ ପକ୍ଷର ନିଦ ହଜାଇବ ଏହି ରକେଟ୍‌

23/07/2021 at 5:27 PM

ବାଲେଶ୍ୱର, ୨୩/୦୭: ଓଡ଼ିଶାର ଚାନ୍ଦିପୁରରୁ ସଫଳ ଭାବେ ଆକାଶ-ଏନ୍‌ଜି ମିଶାଇଲ୍‌କୁ ପରୀକ୍ଷଣ କରାଯାଇଛି । ଏହି ମିଶାଇଲ୍‌ ସ୍ୱତନ୍ତ୍ର ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗରେ ପ୍ରସ୍ତୁତ ହୋଇଛି । ଏହା ଭାରତୀୟ ବାୟୁ ସେନା ପାଇଁ ଆଉ ଏକ ସଫଳତା ବୋଲି କୁହାଯାଉଛି । ଏହା ମାନବ ବିହୀନ ଏବଂ କ୍ଷୀପ୍ର ଗତି ସମ୍ପର୍ଣ୍ଣ କ୍ଷମତା ବିଶିଷ୍ଟ ଟାର୍ଗେଟ୍‌କୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଯାହାର ସଫଳ ପରୀକ୍ଷଣ କରାଯାଇଛି ।

ଗତ ଦୁଇଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ପରୀକ୍ଷଣ ଯାହାକି ଏୟାର ଡିଫେନ୍ସ ମିଶାଇଲ୍‌ ଷ୍ଟ୍ରାଇକ୍‌ ରେଞ୍ଜ୍‌ର ୩୦ କିମି. ଲକ୍ଷ୍ୟ ଭେଦ କରିପାରୁଥିବା ଅସ୍ତ୍ର । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌ ବା ଡିଆର୍‌ଡିଓ ପକ୍ଷରୁ ଏନେଇ କୁହାଯାଇଛି ଯେ, ନୂଆ ପିଢ଼ିର ଏହି ମିଶାଇଲ୍‌କୁ ଓଡ଼ିଶାର ଉପକୂଳରେ ଥିବା ଚାନ୍ଦିପୁର ପରୀକ୍ଷଣ ଘାଟିରୁ ସଫଳତମ ଭାବେ ପରୀକ୍ଷା କରାଯାଇଛି । ଏହା ମାନବ ବିହୀନ ଦ୍ରୁତ ଗତି ସମ୍ପର୍ଣ୍ଣ ମିଶାଇଲ୍‌ର ମୁକାବିଲା କରିବାକୁ ସକ୍ଷମ ହେବ ।

ତେବେ ଏହି ପରୀକ୍ଷଣକୁ ନେଇ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓକୁ ଶୁଭେଚ୍ଛା ଜଣାଇବା ସହିତ ଭାରତୀୟ ବାୟୁସେନା ଏବଂ ଏହାକୁ ପ୍ରସ୍ତୁତ କରିଥିବା ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଓ ଭାରତ ଡାଇନାମିକ୍‌ ଲିମିଟେଡ୍‌କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଡିଆର୍‌ଡିଓର ଅଧ୍ୟକ୍ଷ ଜି. ସତିଶ ରେଡ୍ଡି ଏହି ସଫଳତା ପାଇଁ ସମସ୍ତ ଟିମ୍‌ ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ।

   Related Posts