୨୫ବର୍ଷ ପୂର୍ବରୁ DRDO ପ୍ରସ୍ତୁତ କରିଥିଲେ 2DG ଔଷଧ, ଜାଣନ୍ତୁ କେଉଁ ରୋଗରେ ହେଉଥିଲା ନିଦାନ

Published By : Prameya-News7 Bureau | May 22, 2021 IST

ନୂଆଦିଲ୍ଲୀ ୨୨।୫: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ସାରା ଦେଶକୁ ସ୍ଥାଣୁ କରି ଦେଇଛି। ଏଥିରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ)ଙ୍କ ପ୍ରସ୍ତୁତ ଦ୍ରବଣ ଟୁ ଡି ଅକ୍ସି ଡି ଗ୍ଲୁକୋଜ (ଟୁଡିଜି) ଏବେ ନୂଆ ଆଶାର କିରଣ ହୋଇ ଉଭା ହୋଇଛି। ତେବେ ଏହି ଔଷଧକୁ ଡିଆରଡିଓଙ୍କ ଇନିଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଏଣ୍ଡ ଏଲାଇଡ ସାଇନ୍ସେସ୍‌( ଆଇଏନଏମଏଏସ୍)  ପ୍ରାୟ ୨୫ ବର୍ଷ ପୂର୍ବରୁ ଡା. ଏ.ପି.ଜେ. ଅବ୍ଦୁଲ କାଲାମଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ କରିଥିବାର ଏବେ ଜଣାପଡିଛି। ଏହି ଔଷଧକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକଙ୍କ ଟିମ୍‌ରେ କାର୍ଯ୍ୟ କରିଥିବା ଅବସର ପ୍ରାପ୍ତ ଡିଆରଡିଓ ବୈଜ୍ଞାନିକ ଡା. କରୁଣା ଶଙ୍କର ପାଣ୍ଡେ ଏହି ସୂଚନା ଦେଇଛନ୍ତି।

ଡା. ପାଣ୍ଡେଙ୍କ ଅନୁସାରେ ଔଷଧ ୨ଡିଜିକୁ ଗ୍ୱାଲିୟରର ଡିଆରଡିଓ ଲ୍ୟାବରେ ବିକଶିତ କରାଯାଇଥିବା ବେଳେ ସେହିଠାରେ ହିଁ ପେଟେଣ୍ଟ କରଯାଇଥିଲା । ଭାରତରେ ଔଷଧ ପ୍ରସ୍ତୁତି ପରେ ଏହା କ୍ୟାନସର ଥେରାପିରେ ଉପଯୋଗ ହୋଇଆସୁଥିଲା ଓ କର୍କଟ ରୋଗ ଚିକିତ୍ସାରେ ବେଶ ଉପାଦେୟ ମଧ୍ୟ ହୋଇଥିଲା।  ୧୯୯୫ ମସିହା ପୂର୍ବରୁ ଦେଶରେ କର୍କଟ ରୋଗର ଚିକିତ୍ସା ଲାଗି ଏହି ଔଷଧ ଆମେରିକାରୁ ଆମଦାନୀ ହେଉଥିଲା। ତେବେ ଆମେରିକା ଔଷଧ ଦେବାକୁ ମନା କରିଦେବା ଯୋଗୁ ଦେଶରେ କର୍କଟ ରୋଗର ଚିକିତ୍ସାରେ ସମସ୍ୟା ଉପୁଜିଥିଲା।

{"id":455720,"width":837,"height":547,"sizeSlug":"large","linkDestination":"none"}

ଡିଆରଡିଓର ତତ୍କାଳୀନ ପ୍ରଫେସର ଡା. ବିନୟ ଜୈନ ପ୍ରସଙ୍ଗକୁ ଏକ ବୈଠକରେ ଉପସ୍ଥାପିତ କରିଥିଲେ। ସେତେବେଳେ ଡା. ଏ.ପି.ଜେ.ଅବ୍ଦୁଲ କାଲାମ ଡିଆରଡିଓ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିଲେ। ବୈଠକରେ ସେ ଔଷଧର ମଲିକ୍ୟୁଲ ଭାରତରେ ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଇଥିଲେ ଓ ଏ ନେଇ ଡିଆରଡିଓ ଡାକ୍ତର ଆର.ବି.ସ୍ୱାମୀଙ୍କ ସହ କଥା ହେବା ଲାଗି ପ୍ରଫେସର ବିନୟ ଜୈନଙ୍କୁ କହିଥିଲେ। ସେହି ଅନୁସାରେ ଡା. ସ୍ୱାମୀ ଏହି ପ୍ରକଳ୍ପ ନେଇ ଗ୍ୱାଲିୟର ଡିଆରଡିଓରେ ପହଞ୍ଚିବା ସହ ବୈଜ୍ଞାନିକ ଡା.କରୁଣାଶଙ୍କର ପାଣ୍ଡେଙ୍କୁ ଏହାର ଦାୟିତ୍ୱ ନ୍ୟସ୍ତ କରିଥିଲେ।

୧୯୯୫ ମସିହାରେ ମଲିକ୍ୟୁଲ ଉପରେ ଡିଆରଡିଓ ବୈଜ୍ଞାନିକମାନେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ସେହି ବର୍ଷ ଔଷଧ ପ୍ରସ୍ତୁତ ମଧ୍ୟ ହୋଇଯାଇଥିଲା। ୨ ବର୍ଷ ପରେ ଡ୍ରଗର ପେଟେଣ୍ଟ କରାଯାଇଥିଲା। ଫେବୃଆରୀ ୧୯୯୮ରେ ଏହାର ପେଟେଣ୍ଟ ମଧ୍ୟ ହୋଇଯାଇଥିଲା। ସେତେବେଳେ ଏହି ଔଷଧକୁ କର୍କଟ ଆକ୍ରାନ୍ତ ଲୋକଙ୍କ ଲାଗି ବ୍ୟବହାର କରାଯାଉଥିବା ବେଳେଏଥିରୁ ବେଶ ସୁଫଳ ମଧ୍ୟ ମିଳିଥିଲା। ଏବେ ଇନମାସ ବୈଜ୍ଞାନିକମାନେ ଡକ୍ଟର ରେଡିଜ୍ ଲ୍ୟାବ ଦ୍ୱାରା ଏହାକୁ କୋଭିଡ ଆକ୍ରାନ୍ତଙ୍କ ଠାରେ ପରୀକ୍ଷଣ କରିଥିବା ବେଳେ ଏଥିରୁ ସାର୍ଥକ ପରିଣାମ ମଧ୍ୟ ମିଳିଛି। ଏଣୁ ଏବେ କୋଭିଡ-୧୯ରେ ଔଷଧକୁ ଉପଯୋଗ କରିବା ଲାଗି ଅନୁମତି ଦେଇ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.