Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

DRDOରୁ ତଥ୍ୟ ଲିକ୍‌ ମାମଲା : ହାଇକୋର୍ଟରେ ପ୍ରାରମ୍ଭିକ ଶୁଣାଣି, ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର-ରାଜ୍ୟକୁ ନୋଟିସ୍‌

9/11/2021 at 2:40 PM

କଟକ ୦୯।୧୧:  ଡିଆରଡିଓରୁ ତଥ୍ୟ ଚୋରି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଆଜି ପ୍ରାରମ୍ଭିକ ଶୁଣାଣି କରିଛନ୍ତି ହାଇକୋର୍ଟ । ମାମଲାର ପ୍ରତିପକ୍ଷ ତଥା ଉଭୟ କେନ୍ଦ୍ର- ରାଜ୍ୟ ସରକାରଙ୍କୁ ଆଜି ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ମାଧ୍ୟମରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ହୋଇଛି। 

ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଦେଶର ପ୍ରତିରକ୍ଷା ସଂପର୍କିତ ତଥ୍ୟ ଚୋରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ହୋଇଥିବା ବେଳେ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ମାମଲା ସହ ବିଦେଶ ଲିଙ୍କ୍ ଥିବା ହେତୁ କ୍ରାଇମବ୍ରାଞ୍ଚ୍ ଏହାର ମୂଳରେ ପହଞ୍ଚିବା ସମ୍ଭବ ନୁହେଁ ବୋଲି ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି । ଗତ ସେପ୍ଟେମ୍ବର ୧୪ ତାରିଖରେ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବହୁ ତଥ୍ୟ ତଦନ୍ତରୁ ହସ୍ତଗତ ହୋଇଛି।

ସେହିପରି ଏହି ଘଟଣା ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି। ବିଦେଶୀ ମହିଳାଙ୍କ ସହିତ ଅଭିଯୁକ୍ତମାନେ ନିୟମିତ ସଂପର୍କରେ ଥିଲେ। ବିଦେଶରୁ ମଧ୍ୟ ଟଙ୍କା‌ ଅଭିଯୁକ୍ତଙ୍କ ଖାତାକୁ ଆସିଥିଲା। ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ କରାଯିବା ଉଚିତ। କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କଲେ ପ୍ରକୃତ ଦୋ‌ଷୀ ଧରା ପଡିବେ ଓ ଏଭଳି ଷଡଯନ୍ତ୍ର ପଛରେ ରହିଥିବା ବିଦେଶୀ ଶକ୍ତିଙ୍କ ସଂକ୍ରାନ୍ତରେ ଜଣା ପଡିବ। ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

   Related Posts