Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଭାରତୀୟ ଔଷଧ ନିର୍ମାତାଙ୍କ ଠାରୁ LOI ଆମନ୍ତ୍ରିତ କରିଛନ୍ତି DRDO, ହସ୍ତାନ୍ତରଣ କରିବେ 2DG ଔଷଧ ପ୍ରସ୍ତୁତି ଫର୍ମୂଲା

9/06/2021 at 2:36 PM

ନୂଆଦିଲ୍ଲୀ ୯।୬: କରୋନା ଦ୍ୱିତୀୟ ଲହର ଏବେ ଦେଶରେ  କ୍ରମଶଃ ପ୍ରଶମିତ ହେଉଛି। ପରିସ୍ଥିତି ଆୟତ୍ତ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରାଳୟ ଅହରହ ପ୍ରୟାଶ ଜାରି ରଖିଛନ୍ତି। କରୋନା ଚିକିତ୍ସାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ବିକଶିତ କରିଥିବା ୨-ଡି ଅକ୍ସି-ଡି ଗ୍ଲୁକୋଜ (୨ଡିଜି) ଦ୍ରବଣ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏଣୁ ଏହି ଔଷଧ ପ୍ରସ୍ତୁତି ନିମନ୍ତେ ଡିଆରଡିଓ ତାଙ୍କ ଫର୍ମୂଲା ଭାରତୀୟ ଔଷଧ ଉଦ୍ୟୋଗକୁ ହସ୍ତାନ୍ତରିତ କରିବାକୁ ଋଚିପତ୍ର ( ଲେଟର ଅଫ ଇଣ୍ଟ୍ରେଷ୍ଟ) ଅହ୍ୱାନ କରିଛନ୍ତି।

୨ଡିଜିକୁ ଡିଆରଡିଓଙ୍କ ଇନିଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର ମେଡିସିନଏଣ୍ଡ ଏଲାଏଡ ସାଇନ୍ସ (ଆଇଏନଏମଏଏସ୍)  ଓ ଡା.ରେଡିଜ୍‌ ଲାବୋରେଟରି ମିଳିତ ବିକାଶ  କରିଛନ୍ତି। ଏହି ଔଷଧର କ୍ଲିନିକାଲ ଟ୍ରାୟଲ କାଳରେ ହସ୍ପିଟାଲରେ ଭର୍ତ୍ତି ରୋଗୀ ବେଶ୍ ଶୀଘ୍ର ଆରୋଗ୍ୟ ହେଉଥିବା ଏବଂ ରୋଗୀଙ୍କ ଅକ୍ସିଜେନ ନିର୍ଭରତା ହ୍ରାସକ ପାଉଥିବା ଦେଖାଯାଇଛି।

ଏଥିପାଇଁ ଆଗ୍ରହୀ ଔଷଧ ନିର୍ମାତାମାନଙ୍କୁ ୧୭ ଜୁନ ପୂର୍ବରୁ ଆବେଦନ କରିବା ଲାଗି ଡିଆରଡିଓଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚିତ କରାଯାଇଛି। ଔଷଧ ନିର୍ମାତାମାନେ ଏଥିଲାଗି ଇ-ମେଲ ଯୋଗେ ଆବେଦନ କରିପାରିବେ।  ଡିଆରଡିଓ ୧୫ଜଣ ଔଷଧ ନିର୍ମାତାଙ୍କୁ ଏଥିଲାଗି ମନୋନୀତ କରିବେ। ଫାଷ୍ଟ କମ ଫାଷ୍ଟ ସର୍ଭିସ ଆଧାରରେ ଆବେଦନକାରୀଙ୍କୁ ଚୟନ କରାଯିବ।

ଏହା ପୂର୍ବରୁ ଡିଆରଡିଓ ଏହି ଔଷଧର କିପରି ଉପଯୋଗ ହେବ ସେ ନେଇ ଗାଇଡଲାଇନ ଜାରି କରିଥିଲେ। ଏଥିରେ ରୋଗୀଙ୍କୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରେସ୍କ୍ରିପସନରେ ଏହି ଔଷଧ ଦିଆଯାଇପାରିବ ବୋଲି ସ୍ପଷ୍ଟ କରିଥିଲେ। ଏହା କେବଳ କରୋନା ସଂକ୍ରମିତଙ୍କ ଜରୁରି ଉପଯୋଗ ହେତୁ ପ୍ରସ୍ତୁତ ଔଷଧ। ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଏହି ଔଷଧ ସହାୟକ ଚିକିତ୍ସା ଭାବେ ଦିଆଯାଉଛି।  କରୋନାରେ ମଧ୍ୟମ ଓ ଗୁରୁତାର ଆକ୍ରାନ୍ତ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ଆଧାରରେ ଏହି ଔଷଧ ଦିଆଯାଇପାରେ। ଡାକ୍ତରୀ ପରାମର୍ଶ ବିନା ଏହି ଔଷଧର ଆଦୌ ଉପଯୋଗ ନ କରିବା ଲାଗି ମଧ୍ୟ ଡିଆରଡିଓ ସତର୍କ କରିଛନ୍ତି।  

   Related Posts