Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହାରିବ କରୋନା, ଜିତିବ ଭାରତ ! ସୋମବାର ସକାଳେ ଦେଶକୁ ମିଳିବ ଆଉ ଏକ ଅସ୍ତ୍ର

16/05/2021 at 10:43 PM

ନୂଆଦିଲ୍ଲୀ ୧୬/୫: କରୋନା ଲଢ଼େଇ ପାଇଁ ଆସୁଛି ଆଉ ଏକ ଅସ୍ତ୍ର। ସୋମାବର ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଲବ୍ଧ ହେବ ଡିଆରଡିଓର ଆଣ୍ଟି କୋଭିଡ୍‌ ଔଷଧ 2DG। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆସନ୍ତାକାଲି ସକାଳ ୧୦.୩୦ରେ ଆଣ୍ଟି କୋଭିଡ୍‌ ଔଷଧର ପ୍ରଥମ କିସ୍ତିର ଲଞ୍ଚ କରିବେ। ୧୭ ମେ(ସୋମବାର) ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ପାଖାପଖି ୧୦,୦୦୦ ଡୋଜ୍‌ ଉପଲବ୍ଧ ହେବ।

ଡିଆରଡିଓର ଏକ ଲାବ, ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟାର ମେଡିସନ୍‌ ଆଣ୍ଡ ଆଲାଇଡ୍‌ ସାଇନ୍ସେସ୍‌ ଦ୍ବାରା ଆଣ୍ଟି କୋଭିଡ ଔଷଧ ‘୨-ଡିଅକ୍ସି ଡି ଗ୍ଲୋକୋଜ୍‌କୁ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବ ସହ ମିଳିତ ଭାବେ ପ୍ରସ୍ତୁତ କରିଛି। କ୍ଲିନିକାଲ୍‌ ଟ୍ରାଏଲ ପରେ ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ନିକଟରେ ଏହାକୁ ଜରୁରିକାଳୀନ ବ୍ୟବହାର ପାଇଁ ଗ୍ରିନ୍‌ ସିଗନାଲ୍‌ ଦେଇଛି।  ଏହି ଔଷଧକୁ ପାଣିରେ ମିଶାଇ ପାନ କରିବାକୁ ହେବ।

ଏହା ଏକ ସାଚେଟ୍‌ରେ ପାଉଡର ଭାବେ ଉପଲବ୍ଧ ହେବ। ୨-ଡିଜି ଔଷଧ ନେବା ପରେ ସଂକ୍ରମିତଙ୍କୁ ଆଉ ମେଡିକାଲ୍‌ ଅକ୍ସିଜେନ୍‌ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଶୀଘ୍ର ସୁସ୍ଥ ହୋଇପାରିବେ କରୋନା ରୋଗୀ। ଭୂତାଣୁ ପ୍ରଭାବିତ କୋଷରେ ସ୍ଥାନ ନେଇ ଭାଇରସ୍‌ର ସିନ୍ଥେସିସ୍‌ ଏବଂ ଶକ୍ତି ଉତ୍ପାଦନକୁ ବନ୍ଦ କରି ଏହାକୁ ବଢ଼ିବାକୁ ଦେବନାହିଁ ଏହି ଔଷଧ।

ଡିଆରଡିଓ ଦାବି କରିଥିଲା, ଏହି ଔଷଧ ସେବନ କରିଥିବା ସଂକ୍ରମିତଙ୍କ ଆରଟିପିସିଆର ରିପୋର୍ଟ ବହୁତ ଜଳଦି ନେଗେଟିଭ୍‌ ଆସିଥିଲା। ୨୦୨୦ରୁ ଔଷଧ ଉପରେ କାମ ଚାଲିଥିବା ବେଳେ ଶେଷରେ ସୋମବାର ଏହା ବଜାର ପ୍ରବେଶ କରିବାକୁ ଯାଉଛି। ଆଣ୍ଟି କୋଭିଡ ଔଷଧ ୨ଡିଜି ସେବନ କରିବା ପରେ ସଂକ୍ରମିତ ଅଢ଼େଇ ଦିନରେ ଭଲ ହେଉଥିବା ଦାବି କରିଛି ଡିଆରଡିଓ। ଏହା ଅଧିକ ପ୍ରଭାବୀ ହୋଇଥିବା ବେଳେ ସହଜରେ ବଜାରରେ ଉପଲବ୍ଧ ହୋଇପାରିବ।  ଯଦି ଏହା କରୋନା ବିରୋଧୀ ଲଢ଼େଇରେ ପ୍ରଭାବଶାଳୀ ରହିଲା ତେବେ ଭାରତକୁ ଖୁବଶୀଘ୍ର ସଫଳତା ମିଳିବ ବୋଲି ଆଶା କରାଯାଉଛି।

   Related Posts