DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା

Published By : Prameya-News7 Bureau | October 27, 2021 IST

ଭୁବନେଶ୍ବର ୨୭।୧୦: ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ଓଡିଶା ପରେ ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ୍ । ଯୋଦ୍ଧପୁରର ଜଣେ ଯୁବକଙ୍କୁ ଫାଶରେ ପକାଇଛି ରହସ୍ୟମୟୀ ମହିଳା । ଯୋଦ୍ଧପୁର ମିଲେକ୍ଟ୍ରି ଇଞ୍ଜିନିୟରିଂ ସର୍ଭିସର ଜଣେ ଯୁବକଙ୍କୁ ଫସଇଥିବା ନେଇ ଜଣାପଡିଛି । ଯୁବକ ଜଣଙ୍କ ଅଫିସର ଗୁରୁତ୍ବପୂର୍ଣ୍ଣ ତଥ୍ୟ ମହିଳାଙ୍କୁ ପଠାଇଥିବା ଜଣାପଡିଛି ।

ଗତ ୧୫ତାରିଖରେ ରାଜସ୍ଥାନ ସିଆଇଡିରେ ଏନେଇ ମାମଲା ଦାୟର ହୋଇଛି । ଏ ନେଇ ଓଡିଶା କ୍ରାଇମବ୍ରାଞ୍ଚକୁ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି ।  

ତେବେ ପୂର୍ବରୁ ଆସିଥିବା ୩୮ହଜାର ଟଙ୍କାର ହିସାବ ମିଳିଛି । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ ସେଣ୍ଟରରୁ ୨୪ହଜାର ଟଙ୍କା ୫ଜଣ ଅଭିଯୁକ୍ତଙ୍କୁ ଆସିଥିଲା । ବଳକା ଟଙ୍କା କେଉଁଠାରୁ ଆସିଛି ତାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.