Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

DRDO ଗୁପ୍ତ ତଥ୍ୟ ଲିକ୍ ଘଟଣା : ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଆସୁଥିଲା ଟଙ୍କା, ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ

21/09/2021 at 4:49 PM

କଟକ ୨୧।୯: କିଏ ସେହି ରହସ୍ୟମୟୀ ନାରୀ ? ଯାହାଙ୍କ ହନିଟ୍ରାପରେ କ୍ଷେପଣାସ୍ତ୍ର ଘାଟିର କର୍ମଚାରୀ ?  କିଏ ସେ ମହିଳା ଯିଏ ବ୍ରିଟେନର ଫୋନ୍ ନମ୍ବର ବ୍ୟବହାର କରି ଫସାଇଛନ୍ତି ପ୍ରତିରକ୍ଷା କର୍ମଚାରୀଙ୍କୁ ? ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଗୁଇନ୍ଦାଗିରିର ତଦନ୍ତ କରୁ କରୁ ଏମିତି ଜଣେ ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ଠୋସ୍ ସୂଚନା ପାଇଛି କ୍ରାଇମବ୍ରାଞ୍ଚ । କେବଳ ଚାନ୍ଦିପୁର ନୁହେଁ, ଏହି ମହିଳାଙ୍କ ହନିଟ୍ରାପରେ ଫଶିଛନ୍ତି ଦେଶର ଅନେକ ବ୍ୟକ୍ତି । ଯେଉଁମାନଙ୍କ ଦ୍ଵାରା ପ୍ରତିରକ୍ଷା ସମ୍ପର୍କିତ ଅନେକ ତଥ୍ୟ ଯାଉଥିଲା ଶତ୍ରୁ ଦେଶକୁ ।

ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଓ ବାୟୁ ସେନାର ଅଧିକାରୀମାନେ ଜେରା କରୁଛନ୍ତି । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁବାଇରୁ ୩୮ହଜାର ଟଙ୍କା ଆସିଥିବା ଜଣାପଡିଛି। ତେବେ ଏହି ଟଙ୍କା କିଏ ଓ କାହିଁକି ପଠାଇଛି, ସେ ନେଇ ଅଧିକ ଖୋଳତାଡ ଚାଲିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ସେପଟେ ଅଭିଯୁକ୍ତମାନଙ୍କ ଜେରା ବେଳେ, ଜଣେ ଅଜ୍ଞାତ ମହିଳାଙ୍କ ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଅଜ୍ଞାତ ମହିଳା ଜଣକ ଗିରଫ ୫ ଅଭିଯୁକ୍ତଙ୍କ ବ୍ୟତୀତ ଭାରତର ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ସହ ଫେକ୍ ଫେସବୁକ୍ ଆକାଉଣ୍ଟରେ ସମ୍ପର୍କ ରଖିଥିଲେ । ଏହାସହ ଅଭିଯୁକ୍ତମାନଙ୍କ ସହ ହ୍ଵାଟ୍ସଆପ୍ ମାଧ୍ୟମରେ ମଧ୍ୟ ସମ୍ପର୍କ ରଖିଥିଲେ ।

କ୍ରାଇମବ୍ରାଞ୍ଚ ଏଡିଜିଙ୍କ କହିବା ଅନୁସାରେ, ଏହି ମହିଳା ଜଣକ ଇଂଲଣ୍ଡର ଏକ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ । ସେହି ନମ୍ବରର ଯାଞ୍ଚ ଚାଲିଛି ଓ ଅଭିଯୁକ୍ତମାନଙ୍କ ଫୋନ୍ ନମ୍ବର ଗୁଡିକର ଫୋରେନସିକ୍ ଆନାଲିସିସ୍ କରାଯିବ ବୋଲ ଏଡିଜି ସୂଚନା ଦେଇଛନ୍ତି । ତେବେ ଏନଆଇଏ ଅଧିକାରୀମାନେ ତଦନ୍ତରେ ସମ୍ପୃକ୍ତ ନାହାନ୍ତି ବୋଲି ଏଡିଜି ସଞ୍ଜୀବ ପଣ୍ଡା ସ୍ପଷ୍ଟ କରିଛନ୍ତି ।

   Related Posts