Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଡିଆରଡିଓର କରୋନା ଔଷଧର ମୂଲ୍ୟ ଧାର୍ଯ୍ୟ, ଜାଣନ୍ତୁ କେତେ ଟଙ୍କାରେ ମିଳିବ 2-DG ?

28/05/2021 at 4:46 PM

ନୂଆଦିଲ୍ଲୀ ୨୮/୫: କରୋନା ବିରୋଧୀ ଲଢ଼େଇରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ (ଡିଆରଡିଓ) ପ୍ରସ୍ତୁତ କରିଥିବା ଔଷଧ ୨ ଡିଜିର ଦର ଧାର୍ଯ୍ୟ ହୋଇଛି। ହାଇଦ୍ରାବାଦର ଡ. ରେଡ୍ଡୀ ଲାବ୍‌ ସହ ମିଶି ଡିଆରଡିଓ ପ୍ରସ୍ତୁତ କରିଥିବା ୨ ଡିଅକ୍ସି-ଡି-ଗ୍ଲୋକୋଜ୍‌ (୨ଡିଜି) ପ୍ୟାକେଟରେ ଆସୁଥିବା ବେଳେ ଏହାର ଦାମ ଲୋକଙ୍କ ପାଇଁ ୯୯୦ ଟଙ୍କା ରଖାଯାଇଛି ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ଏହି ଔଷଧ କମ୍‌ ମୂଲ୍ୟରେ ଉପଲବ୍ଧ କରାଇବ ଡିଆରଡିଓ ଏବଂ ଡ. ରେଡ୍ଡୀ ଲାବ। ନିକଟରେ ଡିଜିସିଆଇ ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ୨ ଡିଜି ନେବା ପରେ କରୋନା ରୋଗୀ ଆଉ ଅକ୍ସିଜେନ୍‌ ଉପରେ ନିର୍ଭର କରିବେ ନାହିଁ ବୋଲି ଡିଆରଡିଓ ଦାବି କରିଛି। କରୋନାର ଦ୍ବିତୀୟ ଲହର ଘାତକ ହୋଇଥିବା ବେଳେ ସଂକ୍ରମିତଙ୍କ ଶରୀରରେ ଅକ୍ସିଜେନର ଅଭାବ ହେଉଥିବାରୁ ମୃତ୍ୟୁ ହେଉଛି।

ଔଷଧର କ୍ଲିନିକାଲ୍‌ ଟ୍ରାଏଲ୍‌ରୁ ଜଣାପଡ଼ିଛି ହସ୍ପିଟାଲରେ ଭର୍ତ୍ତି କରୋନା ରୋଗୀଙ୍କ ଶରୀରରେ ଏହି ଔଷଧ ଅକ୍ସିଜେନ୍‌ ନିର୍ଭରତା କମ୍‌ କରୁଛି। ୨ ଡିଜି ଔଷଧ ବ୍ୟବହାର କରିବା ପରେ କରୋନା ରୋଗୀ କମ୍‌ ଦିନରେ ସୁସ୍ଥ ହେଉଥିବା ମଧ୍ୟ ଜଣାପଡ଼ିଛି । ଡିଆରଡିଓର ଏହି ଔଷଧ ଏକ ପାଉଚ୍‌ରେ ପାଉଡର ରୂପରେ ମିଳୁଛି। ଯାହାକୁ ପାଣିରେ ମିଶାଇ ରୋଗୀଙ୍କୁ ଦିଆଯାଉଛି ।

ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ୧୭ ମେ’ରେ ୨ ଡିଜି ଔଷଧକୁ ଲଞ୍ଚ କରିଥି​ଲେ। ଏହା ବ୍ୟତୀତ ଡିଆରଡିଓ ଆଉ ଏକ ବଡ଼ ଆବିଷ୍କାର ମଧ୍ୟ କରିଛି। ଆଣ୍ଟିବଡି ଡିଟେକ୍ସନ କିଟ୍‌ ପ୍ରସ୍ତୁତ କରିଛି ଡିଆରଡିଓ। କିଟର ନାଁ ରଖିଛି ‘DIPCOVAN’।

   Related Posts