Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

DRDOର କମାଲ ବିକ୍ରମାଦିତ୍ୟରେ ସଫଳ ଅବତରଣ କଲା ‘ତେଜସ୍’

11/01/2020 at 7:46 PM

ମୁମ୍ବାଇ ୧୧।୧:  ଆରବ ସାଗରରେ ସୀମା ସୁରକ୍ଷା ଲାଗି ମୁତୟନ ବିମାନବାହକ ପୋତ ଆଇଏନଏସ ବିକ୍ରମାଦିତ୍ୟରେ ଶନିବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନାଭାଲ ଲାଇଟ୍ ଏୟାରକ୍ରାଫ୍ଟ ‘ତେଜସ’ ସଫଳ ଅବତରଣ କରିଛି। ବିମାନଟି ଯୁଦ୍ଧପୋତରେ ଆରେଷ୍ଟର ଲ୍ୟାଣ୍ଡିଂ କରିଥିବା ବେଳେ କମୋଡର ଜୟଦୀପ ମାବଲଙ୍କର ଏହି ଲ୍ୟାଣ୍ଡିଂ କରାଇଛନ୍ତି। ସମୁଦ୍ର ଆଧାରିତ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ପରୀକ୍ଷା ନିରୀକ୍ଷା ପରେ ଡିଆରଡିଓ ଏବଂ ଏଡିଏ ଦ୍ୱାରା ବିକଶିତ ଏଲସିଏ ନେଭି ବିକ୍ରମାଦିତ୍ୟରେ ଅବତରଣ କରିଛି।

ଯୁଦ୍ଧବିମାନଟି ରଣତରିରେ ଆରେଷ୍ଟରୱେର ଯୋଗେ ଅବତରଣ କରିଥିବା ବେଳେ ବିମାନ ନେଇ ପ୍ରତିରକ୍ଷା ଅନୁସନ୍ଧାନ ଓ ଗବେଷଣା ସଙ୍ଗଠନର ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି। ଏହି ସଫଳତା ପରେ ତେଜସ୍‌କୁ ଏବେ ଯେ କୌଣସି ବିମାନବାହୀ ପୋତରେ ମୁତୟନ କରାଯାଇପାରିବ। ଏଥିରେ ତେଜସ୍ ଆଗାମୀ ବିମାନବାହୀ ପୋତ ବିକ୍ରାନ୍ତରେ ମୁତୟନ ହେବ ବୋଲି ଜଣାପଡିଛି। ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସୀ ଭାରତୀୟ ନୌସେନା ସହ ମିସି ଏହି ବିମାନକୁ ବିକଶିତ କରିଛନ୍ତି।

ଜାଣନ୍ତୁ ଆରେଷ୍ଟର ୱେର ଲ୍ୟାଣ୍ଡିଂ କ’ଣ?
ଯେତେବେଳେ କୌଣସି ଛୋଟ ରନୱେରେ ଯୁଦ୍ଧବିମାନକୁ ଅବତରଣ କରିବାକୁ ପଡେ ସେତେବେଳେ ଆରେଷ୍ଟିଂ ଗିୟରର ଉପଯୋଗ ହୁଏ। ଏହା ଦ୍ୱାରା ବିମାନ ଅବତରଣ କରି ବେଶି ଦୂର ପର୍ଯ୍ୟନ୍ତ ନଯାଇ ଅଳ୍ପଦୂରତାରେ  ଅଟକି ଯାଏ। ପ୍ରାୟତଃ ବିମାନବାହକ ପୋତରେ ଯୁଦ୍ଧବିମାନ ଅବତରଣ ଲାଗି ଏହି ଗିୟରର ବ୍ୟବହାର ହୁଏ।

   Related Posts