ଭିଜିଲାନ୍ସ ଜାଲରେ କୋଟିପତି କିରାଣି, ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘର ସମେତ କାର୍ଯ୍ୟାଳୟରେ ଚଢାଉ

Published By : Prameya-News7 Bureau | December 31, 2019 IST

କଳାହାଣ୍ଡି ୩୧।୧୨: ଭିଜିଲାନ୍ସ ଜାଲରେ ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି । ମୁଖ୍ୟ କିରାଣି ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭବାନୀପାଟଣା ସ୍ଥିତ ରାମନଗର ପଡା, ମନ୍ଦାରବଗିଚା ପଡା ସମେତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି ।

{"id":204839,"sizeSlug":"large"}

ରାମନଗରପଡାଠାରେ ତିନି ମହଲା ବିଶିଷ୍ଟ କୋଠା ରହିଥିବା ଜଣାପଡିଛି । ତାଙ୍କର ଆନୁମାନିକ ସମ୍ପତି କୋଟିଏ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି । ଗତକାଲି ଭିଜିଲାନ୍ସ ଟିମର କୋଟିପତି ଜୁନାଗଡ ରେଞ୍ଜରଙ୍କ ଘର ଉପରେ ଚଢାଉ ଓ ଆଜି ଡିଆରଡିଏ ମୁଖ୍ୟ କିରାଣିଙ୍କ ଘର ଉପରେ ଚଢାଉ ଲାଞ୍ଚୁଆ କର୍ମଚାରୀଙ୍କ ମଧ୍ୟରେ ଛନକା ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.