କ୍ରିକେଟକୁ ଅଲିମ୍ପିକରେ ସାମିଲ କରିବାକୁ ଦାବି କଲେ ରାହୁଲ ଦ୍ରାବିଡ ; କହିଲେ କେଉଁ ଫର୍ମାଟ ରହିବ ପରଫେକ୍ଟ୍

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫/୧୧ : ଭାରତର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡ କ୍ରିକେଟକୁ ଅଲିମ୍ପିକରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଅଲିମ୍ପିକରେ କ୍ରିକେଟ ସାମିଲ ହେଲେ ଯେଉଁ ଆହ୍ବାନ ସାମ୍ନାକୁ ଆସିବ ସେ ବାବଦରେ ମଧ୍ୟ କହିଛନ୍ତି ରାହୁଲ ଦ୍ରାବିଡ । ବିଗତ କିଛି ବର୍ଷ ହେଲା କ୍ରିକେଟକୁ ଅଲିମ୍ପିକରେ ସାମିଲ କରିବା​‌ ପାଇଁ ଦାବି ହୋଇଆସୁଛି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ମଧ୍ୟ ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆଇସିସି ୨୦୧୮ରେ ଏହାକୁ ନେଇ ସର୍ଭେ ମଧ୍ୟ କରିଥିଲା ଯେଉଁଥିରେ ୮୭ ପ୍ରତିଶତ ପ୍ରଶଂସକ କ୍ରିକେଟକୁ ଅଲିମ୍ପିକରେ ସାମିଲ କରିବା ସପକ୍ଷରେ ମତଦେଇଥିଲେ ।

{"id":362112,"width":575,"height":487,"sizeSlug":"large"}

ବିସିସିଆଇ କିନ୍ତୁ ଅଲିମ୍ପିକକୁ ତାର ଟିମ ପଠାଇବାକୁ ଉତ୍ସୁକ ନାହିଁ । କ୍ରିକେଟକୁ ୨୦୧୦ ଏବଂ ୨୦୧୪ରେ ଏସୀୟ ଖେଳରେ ସାମିଲ କରାଯାଇଥିଲା କିନ୍ତୁ ବିସିସିଆଇ ତାର ଟିମକୁ ପଠାଇନଥିଲା । କିନ୍ତୁ ଅନ୍ୟପଟେ ଦେଖିଲେ ଯଦି କ୍ରିକେଟ ଅଲିମ୍ପିକ କ୍ରୀଡା ହୋଇଯାଏ ତେବେ ପ୍ରାୟ ୭୫ ଦେଶ ଭାଗ ନେଇପାରିବେ ଯେଉଁଠିକି ଟି-ଟ୍ବେଣ୍ଟି କ୍ରିକେଟ ଖେଳାଯାଉଛି । ତେବେ ଦ୍ରାବିଡ କହିଛନ୍ତି ଅଲିମ୍ପିକରେ  କ୍ରିକେଟକୁ ସାମିଲ କଲେ ଅନେକ ଗୁଡିଏ ଚ୍ୟାଲେଞ୍ଜର ସାମ୍ନା ମଧ୍ୟ କରିବାକୁ ପଡିବ ।

{"id":362114,"width":575,"height":473,"sizeSlug":"large"}

ଦ୍ରାବିଡ ଟି-ଟ୍ବେଣ୍ଟି କ୍ରିକେଟର ବିସ୍ତାର ପାଇଁ ନିଜକୁ ସାମିଲ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଏବେ ଖେଳାଯାଇଥିବା ଆଇପିଏଲ ମ୍ୟାଚର ସଫଳତା ଏବଂ ଯେଉଁଠାରେ ମ୍ୟାଚ ଖେଳାଯାଇଥିଲା ତାକୁ ଦେଖି ସ୍ପଷ୍ଟ ଅନୁମେୟ ଯେ ଅନେକ ଟିମ ଅଲିମ୍ପିକରେ ନିଜର ପରାକାଷ୍ଟା ଦେଖାଇବାକୁ ଚାହୁଁଛନ୍ତି । ଯଦି ସେହିଭଳି ସୁବିଧା ସୁଯୋଗ ଏବଂ ଭିତ୍ତି ଭୂମି ତିଆରି କରାଯାଏ ତେବେ ଅଲିମ୍ପିକରେ  କ୍ରିକେଟକୁ ସାମିଲ କରାଯାଇପାରିବ । ଅବଶ୍ୟ ଏଥିପାଇଁ ସମୟ ଲାଗିବ କିନ୍ତୁ ଏଥିପାଇଁ ସମସ୍ତେ ପ୍ରଚେଷ୍ଟା କରିବା ଦରକାର ବୋଲି ରାହୁଲ ଦ୍ରାବିଡ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.