ରାଜ୍ୟର ଗୋଟିଏ ପଟେ ବନ୍ୟା ତ ଅନ୍ୟ ପଟେ ମରୁଡ଼ିର ପଦଧ୍ବନି : ଉଜୁଡ଼ିଗଲାଣି ଫସଲ, ତଳି ପକେଇ ବର୍ଷାକୁ ଚାହିଁ ରହିଛନ୍ତି ଚାଷୀ

Published By : Prameya-News7 Bureau | August 18, 2019 IST

ବାଲେଶ୍ବର ୧୮/୮: ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନର ସ୍ଥିତି ବେହାଲ । ବିଲ ସବୁ ପାଣିରେ ବୁଡ଼ିଯାଇଛି ।  କୋଉଠି ଜଳ ବହୁଳେ ସର୍ବନାଶ ତ ଆଉ କୋଉଠି ବର୍ଷାକୁ ଚାତକ ଭଳି ଚାହିଁ ରହିଛନ୍ତି ଲୋକେ । ବାଲେଶ୍ବରର ହଜାର ହଜାର ଏକର ଜମି ପଡ଼ିଆ ପଡ଼ିଛି । ନିଅଣ୍ଟିଆ ବର୍ଷା ଯୋଗୁଁ ୪-୫ଟି ବ୍ଲକର ସ୍ଥିତି ସଂଗୀନ ।

{"id":145694}

କେଉଁଠି ବର୍ଷା ଭସେଇସାରିଲାଣି, ଆଉ କେଉଁଠି ବର୍ଷାର ଦେଖା ନାହିଁ । ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଆଦି ଅଞ୍ଚଳରେ  ପ୍ରବଳ ବର୍ଷା ଯୋଗୁଁ ଫସଲ ଉଜୁଡ଼ିଯାଇଛି । ହେଲେ ବାଲେଶ୍ବରରେ ବିପରୀତ ଚିତ୍ର ସବୁ ଦେଖିବାକୁ ମିଳିଛି । ବାଲେଶ୍ବର ସଦର, ବାହାନଗା, ରେମୁଣା, ବସ୍ତା, ଜଳେଶ୍ବର ଅନେକ ଜମି ଏବେ ବି ପଡ଼ିଆ ପଡ଼ିଛି । ପୁଣି କୋଉଠି ତଳି ପକାଇ । ଅନେକ ସ୍ଥାନରେ ତଳି ପକେଇ ବର୍ଷାକୁ ଚାହିଁ ରହିଛନ୍ତି ଚାଷୀ । ତଳି ପକାଇବା ପାଖାପାଖି ମାସେ ହୋଇଯିବ ଏ ଭିତରେ । ତଳି ସବୁ ମରିବାକୁ ବସିଲାଣି ।

{"id":145695}

ସେପ୍ଟେମ୍ବର ୧୫ ପୂର୍ବରୁ କୌଣସି ସ୍ଥାନକୁ ମରୁଡ଼ି ଅଞ୍ଚଳ ବୋଲି ଘୋଷଣା କରାଯାଇପାରିବନି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।  ଏବେ ଜିଲ୍ଲାର ସମସ୍ତ ସ୍ଥାନରେ କିଛି କିଛି ବର୍ଷା ହେଉଛି । ଯଦି ଟିକିଏ ଅଧତ୍କ ବର୍ଷା ହୋଇ ଯାଏ ତାହଲେ ଚାଷ କାର୍ଯ୍ୟ ଆଗେଇବ ।

{"id":145696}

ସେପଟେ କିଛି ଚାଷୀଙ୍କ ନିକଟରେ ବିହନ ନାହିଁ । ପ୍ରଶାସନ ସେ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.