ବିଶିଷ୍ଟ ନାଟ୍ୟକାର କାର୍ତ୍ତିକ ରଥଙ୍କ ପରଲୋକ

Published By : Prameya-News7 Bureau | April 01, 2019 IST

କଟକ ୧/୪-ନାଟ୍ୟକର କାର୍ତ୍ତିକ ରଥଙ୍କ ପରଲୋକ । ତାଙ୍କର କଟକ ସ୍ଥିତ  ବାସଭବନରେ ମୃତ୍ୟୁ ହୋଇଥିଲା । ସେ ଶତାଧିକ ମଂଚ ନାଟକରେ ସେ ଥିଲେ ରଚୟିତା ।

୧୯୯୩ ମସିହାରୁ ତାଙ୍କ ନେତୃତ୍ଵରେ  କଟକରେ ଆରମ୍ଭ ହୋଇଥିଲା ଇଣ୍ଡିଆ ଥିଏଟର ଅଲମ୍ପିଆଡ଼ ।  ଦୀର୍ଘ ବର୍ଷ ହେଲା  ଆୟୋଜନ କରିଆସୁଥିବା ଏହି ଫେଷ୍ଟିଭାଲରେ ୩୫୦୦ରୁ ଅଧିକ କଳାକାର ନିଜର କଳାକୃତି ପ୍ରଦର୍ଶନ କରୁଥିଲେ ।  ଏହି ନାଟକ ଫେଷ୍ଟିଭାଲରେ ୭୦ରୁ ଅଧିକ ନାଟକ ଓ ୫୦ରୁ ଅଧିକ ଡ଼୍ୟାନସ ଗୃପ ଯୋଗଦେଉଥିଲେ ।  ସେ କେନ୍ଦ୍ର ନାଟକ ଏକାଡ଼େମୀ ପୁରସ୍କାର ପାଇଥିଲେ ।

କାର୍ତ୍ତିକ ଚନ୍ଦ୍ର, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ "ଏଇ ଦେଶ ଏଇ ମାଟି" ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ "ଜୀବନ ଯଜ୍ଞ" । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ୧୯୮୯ରେ କଟକ ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ "କଟକ ନଗର ବରଷ ହଜାର" । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ୱ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା ।

ନାଟକ- ଏଇ ଦେଶ ଏଇ ମାଟି,ଅସ୍ତସୂର୍ଯ୍ୟ ଶ୍ମଶାନ, ଆଗାମୀ ଅତୀତ, ଇଶ୍ୱର ଜଣେ ଯୁବକ, କଟକ ନଗର, ବରଷ ହଜାର, କଳା ଓ କଳଙ୍କ, କ୍ରୀତଦାସ , ବହ୍ନିମାନ,ଯାତ୍ରୀ, ସବୁଜ ସୂର୍ଯ୍ୟ, ରକ୍ତର ଫୁଲ, ମାଂସର ଫୁଲ, ଯଉଘର, ନିଃସଙ୍ଗ ବିସର୍ଗ, ପାଦ ତଳର ଆକାଶ, ସର୍ବନାମ, ସୀମିତ ସମ୍ପର୍କ, ଜଙ୍ଗଲୀ ସହର, ସହିଦ ଭଗତ ସିଂହ, ଜୀବନ ଯଜ୍ଞ, ସ୍ମୃତି, ସାନ୍ତ୍ୱନା ଓ ଶୂନ୍ୟତା, ଚଇତି ଘୋଡ଼ା, ତୃତୀୟ ପୃଥିବୀ

wp:heading {"level":5}
ସମ୍ମାନ ଓ ପୁରସ୍କାର
/wp:heading wp:heading {"level":5}
କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର,  ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୪-୯୫, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫, ଉତ୍କଳ ସାହିତ୍ୟ ସମାଜ,  ଗଞ୍ଜାମ କଳା ପରିଷଦ ,ବିହାର ଆର୍ଟ ଥିଏଟର, ଆହ୍ଲାବାଦ ନାଟ୍ୟ ସଂଘ    
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.