Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଦୀର୍ଘ ୩ ବର୍ଷ ପରେ କଟକ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ମଞ୍ଚସ୍ଥ ହେବ ନାଟକ

28/01/2019 at 7:09 PM

ଦୀର୍ଘ ୩ ବର୍ଷ ପରେ  ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ମଞ୍ଚସ୍ଥ ହେବ ନାଟକ । କଳାକାରମାନେ ବି ଅଭ୍ୟାସ ଜାରି ରଖିଛନ୍ତି । ଥିଏଟର ମଞ୍ଚ ଓ ଘର ଭାଙ୍ଗିରୁଜି ଯିବାରୁ ୩ ବର୍ଷ ହେଲା ଏଠାରେ ନାଟକ ପରିବେଷଣ ବନ୍ଦ ଥିଲା । କିନ୍ତୁ କିଛି ବ୍ୟକ୍ତଙ୍କ ବ୍ୟକ୍ତିଗତ ପ୍ରୟାସ ଯୋଗୁଁ ଏବେ ନୂଆ ଜୀବନ ପାଇଛି ଅର୍ଣ୍ଣପୂର୍ଣ୍ଣା ଥିଏଟର । …

କଟକର ଅର୍ଣ୍ଣପୂର୍ଣ୍ଣା ଥିଏଟର । ଥିଏଟର ମଞ୍ଚ ଏବଂ ଘର ଭାଙ୍ଗିରୁଜି ଯିବାରୁ ଏଠାରେ ନାଟକ ମଞ୍ଚସ୍ଥ ବନ୍ଦ ଥିଲା । ୩ ବର୍ଷ ହେଲା ନିରବି ଯାଇଥିବା ଏହି ଥିଏଟର ଏବେ ପାଇଛି ନୂଆ ଜୀବନ ।

କୌଣସି ସରକାରୀ ସହାୟତା ନୁହେଁ ବରଂ କିଛି ବ୍ୟକ୍ତିଙ୍କ ବ୍ୟକ୍ତିଗତ ସହାୟତା ପାଇଁ ଥିଏଟର ହଲର ପୁନରୁଦ୍ଧାର କରାଯାଇଛି ।  ଏଥିପାଇଁ ପାଖାପାଖି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପୁନରୁଦ୍ଧାର ପରେ ଏବେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଅର୍ଣ୍ଣପୂର୍ଣ୍ଣା ଥିଏଟର ।

ଅର୍ଣ୍ଣପୂର୍ଣ୍ଣା ଥିଏଟର ପୁନରୁଦ୍ଧାର ପରେ ଏଠାରେ ମଞ୍ଚସ୍ଥ ହେବ ନାଟକ । ଥିଏଟର କଳାକାରଙ୍କ ଦୁର୍ଦ୍ଦଶାକୁ ନେଇ ଏଠାରେ ପ୍ରଥମେ ନାଟକ ମଞ୍ଚସ୍ଥ ହେବ । ଏଥିପାଇଁ କଲାକାରମାନେ ଥିଏଟର୍ ମଞ୍ଚରେ ଅଭ୍ୟାସ ଆରମ୍ଭ କରି ଦେଲେଣି ।

ପୁନରୁଦ୍ଧାର ପରେ ଆସନ୍ତା ୨୯ ଓ ୩୦ ତାରିଖ ସଂଧ୍ୟାରେ ପ୍ରଥମ ଥର ପାଇଁ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ମଞ୍ଚରେ ନାଟକ ପରିବେଷଣ ହେବ ।

   Related Posts