ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଜାରି : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି ଫିଟିପାରେ ବାଟ

Published By : Prameya-News7 Bureau | November 04, 2019 IST

ମୁମ୍ବାଇ ୪/୧୧: ମହାରାଷ୍ଟ୍ରରେ  ସରକାର  ଗଢିବା  ପାଇଁ  ବିଜେପି-ଶିବସେନା କୁ ଜନମତ ମିଳିଥିଲା  । କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଦେଖାଦେଇଛି । ଯାହାର ଫଳ ସ୍ବରୂପ ନିର୍ବାଚନ ଫଳାଫଳ ଆସିବାର ସପ୍ତାହେ ବିତି ଯାଇଥିଲେ ମଧ୍ୟ ସରକାର ଗଠନ ହୋଇପାରିଲାନାହିଁ ।

{"id":178841}

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଚାଲିଥିବା ରାଜନୈତିକ ସମୀକରଣ ଦିନକୁ ଦିନ ଜଟିଳ ହୋଇଚାଲିଛି । ରାଜ୍ୟରେ ସରକାର କିପରି ଗଠନ କରିବାକୁ ପଡିବ ସେନେଇ ଆଜି ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ  ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି ।  ସେପଟେ କିନ୍ତୁ ଶିବସେନା ନିଜ ନେତା ସଞ୍ଜୟ ରାଉତ ଖୋଲାଖୋଲି ଭାବେ ସରକାର ଗଢିବାକୁ ଦାବି କରିଛନ୍ତି । ସଞ୍ଜୟ ରାଉତ କହିଛନ୍ତି ଯେ ସରକାର ଗଢିବାକୁ ଶିବସେନା ପାଖରେ ବହୁମତଠାରୁ ଅଧିକ ସଂଖ୍ୟା ରହିଛି ।

{"id":178842}

ସେହିପରି  ଏନସିପି ମୁଖ୍ୟ ଶରଦ ପାଓ୍ବାର ଆଜି ମହାରାଷ୍ଟ୍ରର ରାଜନୀତି ଉପରେ  କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ  ଭେଟିବାର କାର୍ଯ୍ୟକ୍ରମ ରହିଥିବାର ଖବର ରହିଛି ।  ସେପଟେ ଶିବସେନା ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଢିବାକୁ ଆମନ୍ତ୍ରଣ କରିବାକୁ ଅନୁରୋଧ କରିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.