Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଗାଁ ଦାଣ୍ଡରେ ପହଂଚିସାରିଥିଲା ବର, ପ୍ରେମିକାକୁ ପାଇବାକୁ ଯୁବକ କଲା ଏମିତି ନାଟକବାଜି ଜାଣିଲେ ଉଡ଼ିଯିବ ହୋସ୍

24/01/2019 at 6:22 PM

ହିସାର ୨୫/୧- ହରିୟାଣାର ହିସାର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ତା ପ୍ରେମିକାକୁ ପାଇବା ପାଇଁ ଘଟାଇଛି ଏମିତି କାଣ୍ଡ । ବିବାହଦିନ ଘଟିଛି ଏହି ଘଟଣା । ବର ଆସି ଗାଁ ଦାଣ୍ଡରେ, କିନ୍ତୁ ପ୍ରେମିକ ରଚିଲା ଏମିତି ଷଡ଼ଯନ୍ତ୍ର..ବାଧ୍ୟହୋଇ ଫେରିଗଲେ ବରଘର ଲୋକ ।

ହରିୟାଣାର ହିସାର ଜିଲ୍ଲାରେ ଘଟିଛି ଏହିଭଳି ଘଟଣା । ଅନେକ ବର୍ଷହେଲା ଯୁବକ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା । କିନ୍ତୁ ଯୁବତୀଙ୍କ ପରିବାର ଲୋକ ରାଜି ନଥିଲେ । ଯୁବତୀଙ୍କି ଅନ୍ୟସ୍ଥାନରେ ବାହାଘର ଠିକ କରିଦେବା ପରେ ଯୁବକ ରଚିଥିଲା ଏହିଭଳି ଘଟଣା । ଯୁବତୀଙ୍କୁ ବିବାହ କରିବାକୁ ଆସୁଥିବା ବର ଆଉ ବରଯାତ୍ରୀ ଦଳ ଗାଁ ମୁଣ୍ଡରେ ପହଂଚିବାବେଳକୁ ଯୁବକ ଆରମ୍ଭ କରିଦେଇଥିଲା ଡ଼୍ରାମା । ନିଜେ ଜଣେ ଅନ୍ୟ ଯୁବକ ଦ୍ଵାରା ଅପହରଣର ନାଟକ ରଚିଥିଲା ।

ନିଜେ  ଅପହରଣ ହେବାପରେ ଗାଁରେ ସବୁ ରାସ୍ତାକୁ ନାକାବନ୍ଦୀ କରି ରଖିଥିଲା । ବରଯାତ୍ରୀ ଦଳକୁ ଗାଁ ଭିତରକୁ ଯିବାକୁ ଦେଇ ନଥିଲା । ବାଧ୍ୟହୋଇ ବାହାହେବାକୁ ଆସିଥିବା ବର ଫେରିଯାଇଥିଲା । ଏହି ସମୟରେ ଯୁବକ ହସପିଟାଲରେ ନିଜକୁ ସାଙ୍ଗଙ୍କ ସହାୟତାରେ ଭର୍ତ୍ତି କରିଥିଲା । ତାଙ୍କୁ କେହି ନିଶାଦେଇ ଏହି ଅପହରଣ ନାଟକ କରିଥିଲା ବୋଲି ଥାନାରେ ମଧ୍ୟ ଅଭିଯୋଗ କରିଥିଲା ।

କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କଲାପରେ ଜାଣିପାରିଛି ସବୁ ଘଟଣା ।

ବିବାହ ବନ୍ଦ କରିବାକୁ ଏହିସବୁ ଡ଼୍ରାମା କରିଥିବା କଥା ପୋଲିସ ଆଗରେ ଯୁବକ ପ୍ରକାଶ କରିଛି ।

   Related Posts