Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀ ଶ୍ରୀରାମ ଟକିଜ୍ ଲେନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି, ସମସ୍ୟାର ସମାଧାନ ପାଇଁ ଦାବି କଲେ ବାସିନ୍ଦା

8/12/2021 at 5:33 PM

ପୁରୀ, ୦୮/୧୨: ପୁରୀ ବାଲିଗୁଆଳି ପଞ୍ଚାୟତ ଶ୍ରୀରାମ ଟକିଜ୍ ଲେନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି। ଏହି ଲେନରେ ଡ୍ରେନେଜ ନଥିବା ଯୋଗୁଁ ଜଳ ନିଷ୍କାସନ ହୋଇପାରୁନାହିଁ। ଯାହା ଫଳରେ ଏଠାରେ ରହୁଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପରିବାର ନାନାଦି ସମସ୍ୟା ଭୋଗିବା ସହ ଚର୍ମ ରୋଗର ଶୀକାର ହେଉଛନ୍ତି। ବର୍ଷା ଜଳ ଜମି ରହିଥିବାରୁ ଘର ଭିତରେ ଜୀବଜନ୍ତୁ ପଶିଯାଉଛନ୍ତି। ଦୂଷିତ ଜଳ ଏବଂ ଦୁର୍ଗନ୍ଧରେ ସମ୍ପୁର୍ଣ୍ଣ ଅଞ୍ଚଳ ଫାଟି ପଡୁଛି।

ସମସ୍ୟାର ସମାଧାନ ପାଇଁ  ସରପଞ୍ଚ, ବିଡିଓ ଓ ଜିଲ୍ଲାପାଳଙ୍କ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହିବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଗୋପାଳପୁର, ତ୍ରୀନାଥ ନଗର ବାସିନ୍ଦାଙ୍କ ଯାତାୟତ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ଅଞ୍ଚଳରେ ଡ୍ରେନ୍ ନଥିବାରୁ ଏଠାକାର ଲୋକେ ଅସରାଏ ବର୍ଷା ହେଲେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ଶ୍ରୀରାମ ଟକିଜ୍ ଲେନ୍ ବାସିନ୍ଦା ଚେତାବନୀ ଦେଇଛନ୍ତି। 

   Related Posts