Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବା ସତ୍ବେ କଟକରେ ସରିଲାନି ପଙ୍କୋଉଦ୍ଧାର କାମ : ଗତ ବର୍ଷ ଭଳି ଏଥର ବି ଜଳବନ୍ଦୀ ସମସ୍ୟା ଭୋଗିବେ କଟକିଆ

20/06/2019 at 4:59 PM

କଟକ ୨୦/୬: ରାଜ୍ୟରେ ବର୍ଷା ଆରମ୍ଭ ହୋଇଗଲାଣି । କିନ୍ତୁ କଟକରେ ସରିଲାନି ପଙ୍କୋଉଦ୍ଧାର କାମ । ତେଣୁ ଗତ ବର୍ଷ ଭଳି ଏଥର ବି ଜଳବନ୍ଦୀ ସମସ୍ୟା ଭୋଗିବେ କଟକିଆ । ଏଥିପାଇଁ ମହାନଗର ନିଗମ ଅଧିକାରୀଙ୍କ ମନମାନୀ ମୁଖ୍ୟ କାରଣ ବୋଲି କଟକ ବାସିନ୍ଦା ଅଭିଯୋଗ କରିଛନ୍ତି । ସେପଟେ ଏହାକୁ ସ୍ବୀକାର ମଧ୍ୟ କରିଛନ୍ତି ସିଏମସି କମିଶନର । …

ବର୍ଷା ଆରମ୍ଭ ହୋଇଗଲାଣି । ଏପଟେ କଟକର ବିଭିନ୍ନ ସ୍ଥାନରେ ଡ୍ରେନ୍ ସଫେଇ ବି ଚାଲିଛି । ଗତ ନଭେମ୍ବର ମାସରୁ ପଙ୍କୋଦ୍ଧାର କାମ ଆରମ୍ଭ କରିଥିଲା ସିଏମସି । ଜୁନ୍ ୨ ତାରିଖ ସୁଦ୍ଧା କାମ ସାରିବାକୁ ଥିଲା ଡେଡ୍ ଲାଇନ୍ । କିନ୍ତୁ ଏଯାଏ ସରିଲାନି । ଦୋଳମୁଣ୍ଡାଇ ହେଉ ଅବା ବାଦାମବାଡି କିମ୍ବା ରାଜାବଗିଚା ସବୁଠି ଚାଲିଛି ପଙ୍କୋଦ୍ଧାର । କେବଳ ସେତିକି ନୁହେଁ ଡ୍ରେନରୁ ବାହାରୁଥିବା ପଙ୍କ ସେଇଠି ହିଁ ଗଦା ହୋଇ ରହିଛି । ଅସରାଏ ବର୍ଷା ସେଗୁଡିକ ପୁଣି ଡ୍ରେନ୍ ଭିତରେ ପଶିବ । ତେଣୁ ଏଥର ସମସ୍ୟା ଆହୁରୀ ଜଟିଳ ହେବ । ଜଳବନ୍ଦୀ ହେବାଟା ସୁନିଶ୍ଚିତ ହେବ ବୋଲି କହିଛନ୍ତି କଟକ ବାସିନ୍ଦା ।

ଡ୍ରେନ୍ ସଫେଇ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ଆମେ ଦାଖାଉଥିବା ଦୃଶ୍ୟ ଆଉ କଟକ ବାସୀନ୍ଦାଙ୍କ ଅଭିଯୋଗ ସ୍ପଷ୍ଟ କରୁଛି ଯେ ପଙ୍କଉଦ୍ଧାର ନାଁରେ କେମିତି କୋଟି କୋଟି ଟଙ୍କା ଚଳୁ ହେଉଛି । ତେବେ ପଙ୍କୋଦ୍ଧାର କାମ ଶେଷ ନ ହେବା ଘଟଣାକୁ ସିଏମସି କମିଶନର ସ୍ବୀକାର କରିଛନ୍ତି । ଏଥିସହ ଖୁବ ଶୀଘ୍ର କାର୍ଯ୍ୟଶେଷ ହେବ ବୋଲି ଚିରା ଚରିତ ଉତ୍ତର ରଖିଛନ୍ତି ସେ ।

କଟକ ସହରକୁ ଜଳବନ୍ଦୀରୁ ମୁକ୍ତ କରିବା ପାଇଁ ଆରଡିସିଙ୍କ ଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ ସମସ୍ତେ ସମୀକ୍ଷା ଉପରେ ସମୀକ୍ଷା କରିଛନ୍ତି ସତ କିନ୍ତୁ ବାସ୍ତବ ଚିତ୍ର ପୁରା ଓଲଟା ।

   Related Posts