Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଚୀନା ସାହୁକାରଙ୍କ ଫାଶରେ ତାଲିବାନ, ଋଣ ଜାଲରୁ ମୁକୁଳିବା ହେବ କଷ୍ଟ

8/09/2021 at 8:36 PM

ନୂଆଦିଲ୍ଲୀ, ୦୮/୦୯: ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରେ ସରକାର ଗଠନ କରିବା ନେଇ ତାଲିବାନ୍‌ ପ୍ରସ୍ତୁତି ଚଳାଇଥିଲା । ଗତକାଲି ଅନ୍ତରୀଣ ସରକାର ଗଠନ କରିଥିଲା ତାଲିବାନ୍‌ । ହେଲେ ଏହି ସରକାରକୁ ବିଶ୍ୱର ଅନେକ ଦେଶ ସମର୍ଥନ ଦେଇନଥିବା ବେଳେ ଚୀନ୍‌ ଆଗକୁ ଆସି ତାଲିବାନ୍‌କୁ ସହୟତା କରିଛି ।

ନୂଆକରି ଗଠନ ହୋଇଥିବା ତାଲିବାନ୍‌ ସରକାରକୁ ଚୀନ୍‌ ୨୦୦ ମିଲିୟନ୍‌ ୟୁଆନ୍‌ ଅର୍ଥାତ ୩୧ ମିଲିୟନ୍‌ ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛି । ବୁଧବାର ଏନେଇ ଘୋଷଣା କରିଛି ତାଲିବାନ । ଏହା ସହିତ ଡ୍ରାଗନ ସରକାର ଖାଦ୍ୟଶସ୍ୟ, ଶୀତ ବସ୍ତ୍ର, କୋରନା ଭିଇରସ୍‌ ଭ୍ୟାକ୍ସିନ୍‌ ଆଫଗାନ୍‌କୁ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛି ।  ତେବେ ଗତକାଲି ତାଲିବାନ ସରକାର ଘୋଷଣା କରି ବିଭିନ୍ନ ବିଭାଗରେ ମନ୍ତ୍ରୀଙ୍କ ନାମ ପ୍ରକାଶ କରିଥିଲା ।

ତାଲିବାନ୍‌କୁ ସହାୟତା କରିବାକୁ କୌଣସି ଦେଶ ଆଗକୁ ଆସୁନଥିବା ବେଳେ ଚୀନ୍‌ ଏବଂ ପାକିସ୍ତାନ ଏହାକୁ ଖୁଲମ୍‌ଖୁଲା ସମର୍ଥନ କରିଛନ୍ତି । ଏମିତି କି କାବୁଲ୍‌କୁ ତାଲିବାନ କବ୍‌ଜା କରିବା ପରେ ପାକିସ୍ତାନରେ କିଛି ସଂସ୍ଥା ମିଠା ମଧ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ହେଲେ ଚୀନ୍‌ର ଏଭଳି ନୀତି ଆଗକୁ ତାଲିବାନ୍‌ ପ୍ରତି ବିପଦ ସାଜିପାରେ । କାରଣ ଚୀନ୍‌ ପ୍ରଥମେ ଋଣ ଦେଇ ତାଲିବାନ୍‌ଙ୍କ ମୁଣ୍ଡ କିଣିବାକୁ ଚେଷ୍ଟା କରିବ । ଏଥି ସହିତ ଋଣ ସୁଝି ନପାରିଲେ ତାଲିବାନ୍‌କୁ ଧମ୍‌କାଇବାକୁ ମଧ୍ୟ ପଛାଇବ ନାହିଁ ବୋଲି ସମ୍ଭାବନା ରହିଛି ।

   Related Posts