ଶେଷରେ ମାନିଲା ଡ୍ରାଗନ୍: ଉଭୟ ଦେଶରେ ମଧ୍ୟରେ ସେନା ସ୍ତରୀୟ ବୈଠକରେ ଚୀନ୍‌ ତୁଣ୍ଡରୁ ବାହାରି ଗଲା

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ୨୨/୬: ଗତ ୧୫ ତାରିଖରେ ଭାରତ-ଚୀନ ସେନା ମଧ୍ୟରେ ଗଲୱାନ୍ ଘାଟିରେ ହୋଇଥିବା ହାତାହାତି ଘଟଣାରେ ଚୀନ୍‌ରେ ଜଣେ କମାଣ୍ଡିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ଏକଥା ମାନିଛି ଚୀନ୍ । ଆଜି ଉଭୟ ଦେଶ ମଧ୍ୟରେ ଚାଲିଥିବା ସେନା ସ୍ତରୀୟ ବୈଠକରେ ଚୀନ୍ ଏହି କଥା ମାନିଥିବା କୁହାଯାଉଛି । ତେବେ ତାର କେତେ ସୈନିକ ପ୍ରାଣ ହରାଇଛନ୍ତି ସେ କଥା କିନ୍ତୁ ଚୀନ୍‌ ସ୍ପଷ୍ଟ କରୁନି । ଉଭୟ ଦେଶ ମଧ୍ୟରେ ଏବେବି ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ସୀମାରେ ଉଭୟ ଦେଶର ହଜାରରୁ ଅଧିକ ଲେଖାଏଁ ଯବାନ ପହରା ଦେଉଛନ୍ତି । ସେପଟେ ଋଷ ଗସ୍ତରେ ଅଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।  

ଶେଷରେ ମାନିଲା ଡ୍ରାଗନ୍‌ । ଲଦାଖ ଗଲୱାନ୍‌ ଘାଟିରେ ଭାରତ-ଚୀନ୍‌ ସେନା ମଧ୍ୟରେ ହାତାହାତି ଘଟଣାରେ ଚୀନ୍‌ର ଜଣେ କମାଣ୍ଡିଂ ଅଫିସରଙ୍କ ମୃତ୍ୟୁ ହୋଇଥିବା ଚୀନ୍‌ ମାନିଛି । ଆଜି ଲେଫଟନାଣ୍ଟ ଜେନେରାଲ୍ ସ୍ତରୀୟ କଥାବାର୍ତ୍ତା ବେଳେ ଚୀନ୍‌ ଏହି କଥା ସ୍ବୀକାର କରିଛି । ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ଜଣେ କମାଣ୍ଡିଂ ଅଫିସଙ୍କ ସମେତ ପାଖାପାଖି ୪୫ ଜଣ ସୈନିକ ମୃତାହତ ହୋଇଥିବା ଭାରତ ଦାବି କରୁଥିଲା । ହେଲେ ଚୀନ୍‌ ସେନା କି ଚୀନ ଗଣମାଧ୍ୟମ କୌଣସି ତଥ୍ୟ ଦେଉନଥିଲା । ସେପଟେ ଦୁଇ ଦେଶର ସାମରିକ ସ୍ତରରେ କଥାବାର୍ତ୍ତା ଚାଲିଥିବା ବେଳେ ସୀମାରେ କିନ୍ତୁ କିଛି ବି ପରିବର୍ତ୍ତନ ଆସିନାହିଁ ।

ଉଭୟ ଦେଶ ହଜାରରୁ ଅଧିକ ସେନା ଉଭୟ ପଟେ ପହରା ଦେଉଛନ୍ତି । ଚୀନ୍‌ ସେନା ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କ ସହ ପ୍ରସ୍ତୁ ଥିବା ବେଳେ ଭାରତୀୟ ସେନାବି ଆଧୁନିକ ଯୁଦ୍ଧାସ୍ତ୍ର ସହ ପ୍ରସ୍ତୁତ ରହିଛି । ଦୁଇଦେଶ ମଧ୍ୟରେ ସାମରିକ ସ୍ତରରେ ଅନେକ ଥର କଥାବାର୍ତ୍ତା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ । କେବଳ ଗଲୱାନ୍‌ରେ ନୁହେଁ ପାଙ୍ଗଗ୍‌ ହ୍ରଦ ନିକଟ ସୀମାରେ ମଧ୍ୟ ସମାନ ପରିସ୍ଥିତି ଲାଗି ରହିଛି । ଗ୍ରାଉଣ୍ଡରେ କିଛି ବି ପରିବର୍ତ୍ତନ ଆସିନଥିବା ଜଣେ ସେନା ଅଧିକାରୀ କହିଛନ୍ତି । ସେପଟେ କାନଡା ଟରୋଣ୍ଟରେ ମାନବାଧିକାର କର୍ମୀ ଚୀନ ବିରୋଧରେ ଆନ୍ଦୋଳନ କରିଛନ୍ତି।

ସେପଟେ ୩ ଦିନିଆ ରୁଷ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ରାଜନାଥ ଅଂଶଗ୍ରହଣ କରିବେ। ଦ୍ବିତୀୟ ବିଶ୍ଵଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏଟ ରୁଷର ବିଜୟର ୭୫ ତମ ବର୍ଷ ଉପଲକ୍ଷେ ଏହି ପରେଡ୍ ଅନୁଷ୍ଠିତ ହେଉଛି। ଏହା ସହିତ ରାଜନାଥ ଭାରତ-ରୁଷର ପ୍ରତିରକ୍ଷା ଏବଂ ରଣନୀତି ଭାଗିଦାରିକୁ ଆହୁରି ମଜଭୁତ କରିବା ଲାଗି ଆଲୋଚନା କରିବେ। ଋଷ ଗସ୍ତ ବେଳେ ଖୁବ୍ ଶୀଘ୍ର ଭାରତକୁ ଏସ୍‌-୪୦୦ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ଡେଲିଭରୀ ପ୍ରଦାନ କରିବାକୁ ଦାବି କରିବେ ପ୍ରତିରକ୍ଷା ମନ୍ତ୍ରୀ । ଭାରତକୁ ଏହି ଡିଫେନ୍ସ ସିଷ୍ଟମ୍‌ ୨୦୨୧ ଡିସେମ୍ବର ଭିତରେ ମିଳିବାର ଥିଲା । ସେହିଭଳି ଭାରତ ଋଷ ଠାରୁ କିଣିଥିବା ବିଭିନ୍ନ ଯୁଦ୍ଧ ବିମାନର ସ୍ପେୟାର ପାର୍ଟସ୍‌ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବା ସଂପ୍ରର୍କରେ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି । ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ରାଜନାଥଙ୍କ ରୁଷ ଗସ୍ତର ବେଶ୍  ଗୁରୁତ୍ଵ ରହିଛି।

ଭାରତ ଚୀନ୍‌ ମଧ୍ୟରେ ଲାଗିଥିବା ଉତ୍ତେଜନା ମଧ୍ୟରେ ଦେଶରେ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ଦେଶରେ ଜୋରଦାରା ଅଭିଯାନ ଚାଲିଛି । ଅନେକ ସ୍ଥାନରେ ଲୋକେ ଚୀନ ସାମଗ୍ରୀ ବହିସ୍କାର କରୁଛନ୍ତି। ରାଜସ୍ଥାନ ଜୟପୁରର ବ୍ୟବସାୟୀମାନେ ରାଜା ପାର୍କ ଅଞ୍ଚଳରେ ୧୫ ହଜାରରୁ ଅଧିକ ପୋଷ୍ଟର ମାରି ଚୀନ ସାମଗ୍ରୀ ବର୍ଜନ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି । ଦୋକାନୀମାନେ କୌଣସି ଚୀନ୍ ନିର୍ମିତ ମୋବାଇଲ୍‌, ଚୀନ୍ ଜିନିଷପତ୍ରର ଦୋକାନାରେ ରଖିବେ ନାହିଁ କି ଏହାକୁ ପ୍ରଦର୍ଶନ କରିବେ ନାହିଁ ବୋଲି ସଂକଳ୍ପ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.