Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ଡ୍ରାଗନ ମ୍ୟାନ୍’ : ଦେଢ ଲକ୍ଷ ବର୍ଷ ତଳର ବିଶାଳ ଖପୁରୀ ଆବିଷ୍କାର, ମାନବ ଜାତିର ସୃଷ୍ଟିକୁ ନେଇ ଆସିପାରେ ନୂଆ ତଥ୍ୟ

26/06/2021 at 5:35 PM

ବେଜିଂ ୨୬/ ୦୬ : ଚୀନର ବୈଜ୍ଞାନିକମାନେ ଏକ ବିଶାଳ ଜୀବାସ୍ମ ଖପୁରୀ ଆବିଷ୍କାର କରିଛନ୍ତି । ଯାହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି । ଆବିଷ୍କୃତ ହୋଇଥିବା ବିଶାଳ ଖପୁରୀ ପ୍ରାୟ ୧ ଲକ୍ଷ ୪୦ ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ଏହି ଖପୁରୀ ମାଧ୍ୟମରେ ମନୁଷ୍ୟ ଜଗତ ସୃଷ୍ଟି ତଥା ଫ୍ୟାମିଲି ଟ୍ରି ବିଷୟରେ କିଛି ତଥ୍ୟ ମିଳିପାରେ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି ।

ଆବିଷ୍କାର କରାଯାଇଥିବା ବିଶାଳ ମଣିଷ ଖପୁରୀ ହେଉଛି ପୁରୁଷ ପ୍ରଜାତିର ଯାହାର ମସ୍ତିଷ୍କ ଖୁବ ବଡ, କପାଳର ଆକୃତି ବ୍ୟାପକ, ଆଖିଗୁଡିକର ଆକୃତି ଗଭୀର ଏବଂ ନାକ ବଲବସ୍ ଆକୃତିର । ଚାଇନାର ଏକଗୃହ ନିର୍ମାଣ ସ୍ଥଳରେ ଜଣେ ଶ୍ରମିକ ଏହାକୁ ପ୍ରଥମେ ଦେଖିଥିଲେ । ଏହାପରେ ଗତ ୮୫ ବର୍ଷ ହେଲା ଏକ ପରିତ୍ୟକ୍ତ କୂଅରେ ତାକୁ ଲୁଚାଇ ରଖାଯାଇଥିଲା ।

ଏହା ଉତ୍ତର-ପୂର୍ବ ଚୀନ୍‌ର ଡ୍ରାଗନ୍ ନଦୀ ଅଞ୍ଚଳରେ ଦେଖିବାକୁ ମିଳିଥିବାରୁ ଅନୁସନ୍ଧାନକାରୀମାନେ ନୂତନ ପ୍ରଜାତିର ହୋମୋ ଲୋଙ୍ଗି ନାମ “ଡ୍ରାଗନ୍ ମ୍ୟାନ୍”ରଖିଛନ୍ତି । ଟିମ କହିଛି ଯେ ହୋମୋ ଲୋଙ୍ଗି ଏବଂ ନିଏଣ୍ଡେରଥାଲ୍ସ ମାନବ ପ୍ରଜାତି ପ୍ରାୟତ ଆମ ସହିତ ଜଡିତ ନଥିଲେ । ଯଦି ଏହା ନିଶ୍ଚିତ ହୁଏ, ତେବେ ହୋମୋ ସାପିଏନ୍ସର ଉତ୍ପତ୍ତି ବିଷୟରେ ବୈଜ୍ଞାନିକମାନେ ଅଧିକ ଅନୁସନ୍ଧାନ କରିବେ ବୋଲି ସୂଚନା ମିଳିଛି । ଏହା ସହି ଉଦ୍ଧାର ହୋଇଥିବା ଖପୁରୀର DNA ଟେଷ୍ଟ ହେବ ବୋଲି  ଅନୁସନ୍ଧାନକାରୀ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ପାଇଁ ଉକ୍ତ ଖପୁରୀକୁ ପ୍ରାଥମିକ ଭାବେ ପରୀକ୍ଷା କରାଯାଇ ଏହା ୧ ଲକ୍ଷ ୪୦ ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ପରବର୍ତ୍ତୀ ସମୟରେ ଏହାକୁ ନେଇ ମଣିଷର ସୃଷ୍ଟି ଏବଂ ଫ୍ୟାମିଲି ଟ୍ରି ବିଷୟରେ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଓ୍ବସକୋନସିନ୍‌ ମେଡିସନ୍‌ ବିଶ୍ବବିଦ୍ୟାଳୟର ଜୀବାସ୍ମ ବିଜ୍ଞାନୀ ଜନ୍‌ ହକସ୍ କହିଛନ୍ତି, ଏହା ଏକ ବିରଳ ପ୍ରଜାତିର ଖପୁରୀ ଯାହାକି ଏବେ ମଧ୍ୟ ଭଲ ଅବସ୍ଥାରେ ରହିଛି ।

୧୯୩୩ ମସିହାରେ, ହରବିନ ସହରର ଏକ ସେତୁ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକ ଏହି ଖପୁରୀ ଆବିଷ୍କାର କରିଥିଲେ । ବ୍ୟକ୍ତିଜଣକ କିଏ ସେ ବିଷୟରେ କାହା ନିକଟରେ ତଥ୍ୟ ମଧ୍ୟ ନାହିଁ କିମ୍ବା ତାଙ୍କର ପରିବାର ଲୋକେ ତାଙ୍କ ନାଁକୁ ପ୍ରଘଟ କରିବାକୁ ଚାହୁଁନଥିଲେ । ଚାରି ବର୍ଷ ପୂର୍ବେ, ଗବେଷକମାନେ ବେଜିଂ ନିକଟରେ ପେକିଂ ମ୍ୟାନ୍ ନାମକ ଅନ୍ୟ ଏକ ମାନବ ପରି ଖପୁରୀ ପାଇଥିଲେ । ଆବିଷ୍କୃତ ହୋଇଥିବା ଖପୁରୀ ବାବଦରେ ଅଧିକ ଗବେଷଣା ଜାରି ରହିଛି ।

A handout photo shows a reconstruction of Dragon Man in his habitat. - Scientists announced Friday that a skull discovered in Northeast China represents a newly discovered human species they have named Homo longi or 'Dragon Man,' and the lineage may replace Neanderthals as our closest relatives.  (AFP)

   Related Posts