Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଗୋଗରା ହାଇଟ୍ସରେ ନରମିଲା ଡ୍ରାଗନ, ହଟାଇବ ନିଜର ସେନା, ଏହି ଜାଗା ଉପରେ ଏବେ ବି ବିବାଦ

3/08/2021 at 7:37 PM

ନୂଆଦିଲ୍ଲୀ ୦୩।୦୮: ଭାରତ-ଚୀନ ମଧ୍ୟରେ ନିକଟରେ ସଂପନ୍ନ ୧୨ତମ ଶୀର୍ଷ କମାଣ୍ଡରସ୍ତରୀୟ ବୈଠକର ପ୍ରଭାବ ଦେଖିବାକୁ ମିଳିଛି। ପୂର୍ବ ଲଦାଖର ଗୋଗରା ହାଇଟ୍ସ ଅଞ୍ଚଳରୁ ଏବେ ଡ୍ରାଗନ ନିଜର ସେନା ହଟାଇବା ନେଇ ସହମତି ପ୍ରକାଶ କରିଛି। ଏହି ଅଞ୍ଚଳରେ ଗତ ବର୍ଷ ମେ ମାସରୁ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି।  ଏହି ଅଞ୍ଚଳ ପାଟ୍ରୋଲିଂ ପଏଣ୍ଟ ୧୭ଏ ନାମରେ ମଧ୍ୟ ପରିଚିତ।

ପାଙ୍ଗଙ୍ଗ ହ୍ରଦ ଅଞ୍ଚଳରୁ ଫେବୃଆରୀ ମାସରେ ସେନା ପ୍ରତ୍ୟାହାର ହୋଇଥିଲେ। ସେହି ଦିନଠୁ ଗୋଗରା ହାଇଟ୍ସ ଅଞ୍ଚଳରୁ ସେନା ହଟିବା ମାମଲା ଉପରେ ଆଲୋଚନା ଜାରି ରହିଥିଲା। କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଗରା ହାଇଟ୍ସ ଅଞ୍ଚଳକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ସହମତି ପ୍ରକାଶ ପାଇଛି। ଖୁବ୍ ସହମତି ଉପରେ ପଦକ୍ଷେପ ମଧ୍ୟ ହୋଇପାରେ। ଯାହାରି ଆଧାରରେ ଦୁଇ ଦେଶର ସେନା ଗୋଗରା ହାଇଟ୍ସରୁ ପଛକୁ ହଟିବେ।

ଜୁଲାଇ ୩୧ରେ ଦୁଇ ଦେଶର ଶୀର୍ଷ କମାଣ୍ଡରସ୍ତରୀୟ ବୈଠକ ଏଲଏସି ନିକଟ ଚୀନର ମୋଲଡୋରେ ହୋଇଥିଲା। ଏହା ପରେ ଅଗଷ୍ଟ ୨ରେ ଦୁଇ ଦେଶ ପକ୍ଷରୁ ମିଳିତ ବୟାନ ଜାରି କରାଯାଇଥିଲା। ବୟାନ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ସୀମାରେ ବିବାଦୀୟ ଅଞ୍ଚଳରେ ସମାଧାନର ରାସ୍ତା ବାହାର କରିବା ନେଇ ସହମତି ପ୍ରକାଶ ପାଇଛି।  ଉଲ୍ଲେଖନୀୟ ଦୁଇ ଦେଶ ମଧ୍ୟରେ ଏବେ ମଧ୍ୟ ପାଟ୍ରୋଲିଂ ପଏଣ୍ଟ ୧୫  ହଟ୍ ସ୍ପ୍ରିଙ୍ଗ ଓ ଡେପସାଙ୍ଗ ବିବାଦର ସମାଧାନ ହୋଇ ନାହିଁ।

   Related Posts