Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଘରୋଇ ଟ୍ରେନ୍‌ରେ ମିଳିବ ସ୍ଲାଇଡିଂ ଡୋର୍ ଏବଂ ଟକ୍ ବ୍ୟାକ୍‌ର ସୁବିଧା, ଜାଣନ୍ତୁ ଆଉ କ’ଣ କ’ଣ ରହିବ ଏଥିରେ…

13/08/2020 at 6:59 PM

ନୂଆଦିଲ୍ଲୀ ୧୩।୮: ଘରୋଇ କମ୍ପାନୀଗୁଡିକ ଦ୍ବାରା ପରିଚାଳିତ ଟ୍ରେନ୍ ଗୁଡିକରେ ମେଟ୍ରୋ ଟ୍ରେନ୍ କିମ୍ବା ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଅନେକ ଅତ୍ୟାଧୁନିକ ଫିଚର ରହିପାରେ । ଏଥିରେ ଇଲେକ୍ଟ୍ରୋନିକ୍ ସ୍ଲାଇଡିଂ ଡୋର୍, ଡବଲ୍ ଗ୍ଲାଜେଡ୍ ସୁରକ୍ଷା ଗ୍ଲାସ୍ ସହିତ ୱିଣ୍ଡୋ, ଯାତ୍ରୀ ନୀରିକ୍ଷଣ ବ୍ୟବସ୍ଥା ଏବଂ ଗନ୍ତବ୍ୟସ୍ଥଳ ବିଷୟରେ ସୂଚନା ଭଳି ସୁବିଧା ଅନ୍ତର୍ଭୁକ୍ତ ହେବ । ଏହା ବ୍ୟତୀତ ଏକ ଜରୁରୀକାଳୀନ ଟକ୍-ବ୍ୟାକ୍ ବ୍ୟବସ୍ଥା ମଧ୍ୟ ରହିବ । ଯାହା ସାହାଯ୍ୟରେ ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ ପରିସ୍ଥିତିରେ ସମ୍ପୃକ୍ତ ରେଳ କର୍ମଚାରୀଙ୍କ ସହାୟତା ଲୋଡି ପାରିବେ ।

ଘରୋଇ ଟ୍ରେନ୍ ପାଇଁ ପ୍ରସ୍ତାବିତ ଡ୍ରାଫ୍ଟରେ ରେଳବାଇ ଘରୋଇ କମ୍ପାନୀଗୁଡିକ ନିକଟରେ କିଛି ସର୍ତ୍ତ ରଖିଛି । ପ୍ରମୁଖ ରେଳ ନେଟୱାର୍କରେ ସେଗୁଡିକର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଅଟେ । ଟ୍ରେନକୁ ଏପରି ଢଙ୍ଗରେ ଡିଜାଇନ୍ କରିବାକୁ ପଡିବ ଯେ ପରୀକ୍ଷଣ ସମୟରେ ଏହା ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ସୁରକ୍ଷିତ ଭାବରେ ଚାଲିପାରିବ । ବେସରକାରୀ ଟ୍ରେନ୍ ଗୁଡିକ ସମତଳ ଟ୍ରାକରେ ୧୪୦ ସେକେଣ୍ଡରେ ୧୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବ୍ରେକ୍ ଦେବା କ୍ଷଣି ଶୂନ୍ୟ କିଲୋମିଟର ପ୍ରତି ଘଣ୍ଟା ବେଗକୁ ନେଇଆସିବ ।

ଏହି ଟ୍ରେନଗୁଡିକରେ ଏକ ଜରୁରୀକାଳୀନ ବ୍ରେକ୍ ରହିବ ଯାହା ୧୬୦ କିଲୋମିଟର ବେଗରେ ଚାଲୁଥିବା ଟ୍ରେନ୍ କୁ ୧୨୫୦ ମିଟରରୁ କମ୍ ଦୂରରେ ସ୍ଥିର କରିଦେବ । ରେଳବାଇ ଘରୋଇ ଟ୍ରେନଗୁଡିକୁ ଏପରି ଭାବରେ ଡିଜାଇନ୍ କରିବାକୁ କହିଛି ଯେ ସେଗୁଡିକ ଅତି କମରେ ୩୫ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ ।

ଏହି ଟ୍ରେନ୍ ଗୁଡିକର ପ୍ରତ୍ୟେକ କୋଚର ପ୍ରତ୍ୟେକ ପାର୍ଶ୍ବରେ ଦୁଇ ଦୁଇଟି ସ୍ବୟଂଚାଳିତ ବୈଦ୍ୟୁତିକ ଡୋର୍ ରହିଛି । ଏହି ଡୋର ଗୁଡିକରେ ସୁରକ୍ଷା ମାନଦଣ୍ଡ ପାଳନ କରି କୁହାଯାଇଛି ଯେ ଏହାର ସମସ୍ତ ଡୋର୍ ଇଲେକ୍ଟ୍ରୋନିକ୍ ଭାବେ ବନ୍ଦ ହୋଇ ସମ୍ପୂର୍ଣ୍ଣ ଲକ୍ ନହେବା ପର୍ଯ୍ୟନ୍ତ ଟ୍ରେନ୍ ଚାଲିବନାହିଁ । ଏହା ବ୍ୟତୀତ ଟ୍ରେନ୍ ଗୁଡିକରେ ଜରୁରୀକାଳିନୀ ବଟନ୍ ରହିବା ସହିତ ଟକ୍ ବ୍ୟାକ୍ ଫୋନ୍ ସୁବିଧା ମଧ୍ୟ ରହିବ ଯାହା ସମସ୍ତ ଦ୍ବାର ନିକଟରେ ରହିବ ।

ଏହି ବାର୍ତ୍ତାଳାପଗୁଡିକ ଭଏସ୍ ରେକର୍ଡିଂ ହେବ ଏବଂ ଜିପିଏସ୍ ଷ୍ଟାମ୍ପିଂ କରାଯିବ । ଯାତ୍ରୀଙ୍କ ସୂଚନା ପ୍ରଣାଳୀ ସ୍ବୟଂଚାଳିତ ଘୋଷଣାର ସୁବିଧା ସହିତ ସଜ୍ଜିତ ହେବ ଏବଂ ଟ୍ରେନରେ ପ୍ରଦର୍ଶନ ମାଧ୍ୟମରେ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ସମଗ୍ର ଯାତ୍ରା ସମୟରେ ଗନ୍ତବ୍ୟସ୍ଥଳର ସୂଚନା ଉପଲବ୍ଧ ହେବ । ଏହାସହ ଘରୋଇ ଟ୍ରେନର ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଶବ୍ଦରୁ ମୁକ୍ତ ରଖିବାକୁ କୁହାଯାଇଛି । ଯାତ୍ରା ସମୟରେ ଟ୍ରେନ୍ ଚଳାଚଳ କରିବାର କୌଣସି ଶବ୍ଦ ଶୁଣାଯିବନାହିଁ ।

   Related Posts