Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ନୀତି ଆୟୋଗ ସଦସ୍ୟ କହିଲେ, ଶୀତ ଦିନେ କରୋନା ଭାଇରସ ହୋଇପାରେ ଅଧିକ ମାରାତ୍ମକ

30/09/2020 at 2:31 PM

ନୂଆଦିଲ୍ଲୀ ୩୦/୦୯: ଦେଶରେ କରୋନା ଭାଇରସ ଦ୍ରୁତ ଭାବେ ବ୍ୟାପୁଛି। ଏବେ ଏ ମାମଲା ନିତିଦିନ ୮୦ ହଜାର ପାର୍ କରୁଛି। ଧୀରେ ଧୀରେ ଗରମ ଶେଷ ହେଉଛି ଓ ଶୀତ ଋତୁ ଆରମ୍ଭ ହେଉଛି। ଏହାରି ଭିତରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କ’ଣ ଶୀତ ଦିନରେ ଏହା ଅଧିକ ମାରାତ୍ମକ ରୂପ ନେବ?

ନୀତି ଆୟୋଗ ସଦସ୍ୟ ଡାକ୍ତର ବିକେ ପଲ କହିଛନ୍ତି ମହାମାରୀ ପାଇଁ ଆଗାମୀ ଦୁଇ-ତିନି ମାସ ଖୁବ୍ ଗୁରୁତ୍ବପୂର୍ଣ୍ଣ। ସମସ୍ତଙ୍କୁ ମାସ୍କ, ସାମାଜିକ ଦୂରତ୍ବ ଓ ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଶୀତ ଦିନେ ଶ୍ବାସ ସମ୍ବନ୍ଧୀୟ ଭାଇରସ ଅଧିକ କ୍ଷତିକାରକ ହୋଇଥାନ୍ତି। ଏଣୁ ଏ ମାମଲା କିପରି କମ୍ କରାଯିବ ସେନେଇ ଚେଷ୍ଟା ଚାଲିଛି। 

ସେ କହିଛନ୍ତି  ଏବେ ବିଶ୍ବ କରୋନାର ଦ୍ବିତୀୟ ଲହର ଦେଇ ଗତି କରୁଛି। ଏବେ ବୈଜ୍ଞାନିକ ମାନେ କରୋନାର ଗମ୍ଭୀର ରୂପ ବାବଦରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଅବଶ୍ୟ ଏହା ପୂର୍ବରୁ ବୈଜ୍ଞାନିକମାନେ କହିଥିଲେ ଭାଇରସ ଉପରେ ପାଣିପାଗର କିଛି ପ୍ରଭାବ ପଡ଼ି ନ ଥାଏ। ତେବେ ଯଦି କୌଣସି ପୃଷ୍ଠଭୂମି ଉପରେ କରୋନା ଭାଇରସ ଥାଏ , ଗରମରେ ତାପମାତ୍ରା ଅଧିକ ହେବା ଯୋଗୁ ତାହା ବେଶି ଦିନ ସକ୍ରିୟ ରହେ ନାହିଁ। ମାତ୍ର ଶୀତ ଦିନେ ଏହାର ଫଳ ଓଲଟା ହୋଇଥାଏ। ଅର୍ଥାତ ଶୀତ ଦିନ ଭାଇରସ ପାଇଁ ଅନୁକୂଳ ବାତାବରଣ ହୋଇଥାଏ। ଏ ସମୟରେ ଏହା ଅଧିକ ସମୟ ସକ୍ରିୟ ରହନ୍ତି। ଏହା ଦ୍ବାରା ସଂକ୍ରମଣ ଆଶଙ୍କା ଅଧିକ ବଢ଼ିଯାଏ।

   Related Posts