ଡକ୍ଟର ରୀନାଙ୍କ ଆତ୍ମହତ୍ୟା ନୁହେଁ ହତ୍ୟାକାଣ୍ଡ: ଜାଣନ୍ତୁ କେମିତି ହତ୍ୟାକାଣ୍ଡରେ ଯୋଜନା କରିଥିଲା ସ୍ୱାମୀ, ପୁଲିସ କଲା ପର୍ଦ୍ଦାଫାଶ

Published By : Prameya-News7 Bureau | October 15, 2019 IST

ବାରାଣସୀ୧୫|୧୦: ଡକ୍ଟର ରାନା ସିଂହଙ୍କ ଆତ୍ମହତ୍ୟାର ନୂଆ ମୋଡ଼ ନେଇଛି। ଜେଲରେ ଥିବା ରୀନାଙ୍କ ସ୍ବାମୀ ଉପରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି। ଟ୍ୟାଗୋର ଟାଉନସ୍ଥିତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ରୀନା ସିଂହଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ବାମୀ ଡଃ ଆଲୋକ ସିଂହଙ୍କ ବିରୋଧରେ ପୁଣି ଆଉ ଗୋଟେ ସଂଗୀନ ଅଭିଯୋଗ ଆସିଛି। ପତ୍ନୀଙ୍କୁ ଆତ୍ମହତ୍ୟା କରିବା ପାଇଁ ସ୍ବାମୀ ଆଲୋକ ଉସାକାଉଥିଲା ବୋଲି ଅଭିଯୋଗ ହୋଇଛି । ଏବେ ଆଲୋକ  ଜେଲରେ  ତାଙ୍କ ଉପରେ ହତ୍ୟା  ମକଦ୍ଦମା ଚାଲିବ। ରୀନାଙ୍କୁ ଆତ୍ମହତ୍ୟା କରିବା ଲାଗି ଉସାକାଉଥିବା ଅଭିଯୁକ୍ତ ସ୍ବାମୀ ବିରୋଧରେ ପୋଲିସ ଚାର୍ଜସିଟ୍ ପ୍ରସ୍ତୁତ କରିଛି।

ଟ୍ୟାଗୋର ଥାନା ଅନ୍ତର୍ଗତ ୨୦୧୯ ମସିହା ଜୁଲାଇ ୨ ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ ରୀନାଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିଲା। ଆଲୋକ  ଏବଂ ତାଙ୍କ  ବାପା ଡ଼କ୍ଟର ଜ୍ଞାନପ୍ରକାଶ ସିଂହ ଓ ମାଆ ସାବିତ୍ରୀ ଦେବୀଙ୍କ ବିରୋଧ​‌ରେ ରୀନାଙ୍କ ବାପା ରଙ୍ଗାନାଥ ହତ୍ୟା ଅଭିଯୋଗ କରିଥିଲେ। ଏନେଇ ଥାନାରେ ସେ ଏତଲା ଦେଇଥିଲେ। ୨୦୧୯ ମସିହା ଜୁଲାଇ ୨୫ ତାରିଖରେ ଆଲୋକକୁ ପୋଲିସ ଗିରଫ କରି ଜେଲ ପଠାଇ ଦେଇଥିଲା।

ଥାନା ଅଧିକାରୀ ଅଶ୍ବନୀ କୁମାର ଚତୁର୍ବେଦୀଙ୍କ କହିବା ଅନୁସାରେ ଫୋରେନସିକ୍‌ ଲ୍ୟାବର ରିପୋର୍ଟ ଅନୁସାରେ ରୀନାଙ୍କ ଅଣ୍ଟାରୁ  ତାଙ୍କ ହାତ ଲେଖା ସୁଇସାଇଡ୍ ନୋଟ ଜବତ ହୋଇଛି। ଛାତରୁ ଡ଼େଇଁ ରୀନା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ରୀନାଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ, ପୋଷ୍ଟମର୍ଟମ ରିପୋର୍ଟ, ତାଙ୍କ ପିଲାଙ୍କ ଓ ଘରେ କାମ କରୁଥିବା ଚାକରଙ୍କ କଥା ଅନୁସାରେ ତାଙ୍କୁ ହତ୍ୟା କରାଯାଇ ନାହିଁ। ରୀନାଙ୍କୁ ଆତ୍ମହତ୍ୟା କରିବା ଲାଗି ତାଙ୍କ ସ୍ବାମୀ ଆଲୋକ ଉସାଉକାଉଥିବା କଥା ସାମ୍ନାକୁ ଆସିଛି। ରୀନାଙ୍କୁ ଆତ୍ମହତ୍ୟା କରିବା ପାଇଁ ତାଙ୍କ ସ୍ୱାମୀ ତାଙ୍କ ଉପରେ ଚାପ ପକାଉଥିବାର ପ୍ରମାଣ ପୁଲିସ ହାତରେ ଲାଗିଛି । ଏହାପରେ ବାଧ୍ୟ ହୋଇ ରୀନା ଆତ୍ମହତ୍ୟା କରିଥିବା ଏହି ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି । ଏହାପରେ ପୁଲିସ ଆଲୋକଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.