AIIMS ପ୍ରମୁଖ ଗୁଲେରିୟାଙ୍କ ବଡ ବୟାନ, ଉଭୟ ଡୋଜ ନେବା ପରେ ବି ବୁଷ୍ଟର ଡୋଜ ଜରୁରୀ

Published By : Prameya-News7 Bureau | July 25, 2021 IST

ନୂଆଦିଲ୍ଲୀ ୨୫/୭ : ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବିଶେଷ କରି ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞଙ୍କ ଆକଳନ ଲୋକଙ୍କ ଚିନ୍ତାକୁ ବଢାଇଦେଉଛି । ଏବେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍) ର ମୁଖ୍ୟ ଡଃ ରଣଦୀପ ଗୁଲେରିଆଙ୍କ ମନ୍ତବ୍ୟ ସମସଙ୍କ ଦୋହଲାଇ ଦେଇ ରଖିଛି । ସେ କହିଛନ୍ତି ଯେ ଆମ ଶରୀର ପାଇଁ ଦୁଇଟି ଡୋଜ ଯଥେଷ୍ଟ ନୁହେଁ । ବୁଷ୍ଟର ଡୋଜ୍ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ତାଙ୍କ ମତରେ ଦେଶରେ କରୋନାର ଯେଉଁ ସବୁ ନୂଆ ଭାରିଆଣ୍ଟ ବାହାରକୁ ଆସୁଛି । ସେସବୁ ଦୃଷ୍ଟିରେ ରଖି ସେହି କ୍ଷେତ୍ରରେ ଆମକୁ ଏକ ବୁଷ୍ଟର ଡୋଜ୍ ଟିକା ମଧ୍ୟ ଦରକାର । ଡକ୍ଟର ଗୁଲେରିଆ କହିଛନ୍ତି ଯେ ଭବିଷ୍ୟତରେ କୋଭିଡ -19 ଭୂତାଣୁର ଅନେକ ପରିବର୍ତ୍ତନ ଘଟିବ । ଯେଉଁଥିରେ ଭାରତର ଦ୍ୱିତୀୟ ପୀଢିର କୋଭିଡ ଟିକା ସହିତ ଏକ ବୁଷ୍ଟର ଡୋଜ ଜରୁରୀ ରହିବ । ତାଙ୍କ ମତରେ ଆମକୁ ଟିକାକରଣର ଏକ ବୁଷ୍ଟର୍ ଡୋଜ୍ ଆବଶ୍ୟକ ପଡିବ ।

କାରଣ ଆମର ରୋଗ ପ୍ରତିରୋଧକ ଶକ୍ତି ସମୟ ସହିତ ହ୍ରାସ ହୋଇପାରେ ବୋଲି ଅନୁମାନ କରାଯାଉଛି । ଯାହାକି ଭବିଷ୍ୟତରେ ବିକଶିତ ହେବାକୁ ଥିବା ନୂତନ ପ୍ରକାରରୁ ଆମକୁ ରକ୍ଷା କରିବାରେ ସହାୟକ ହେବ । AIIMS ମୁଖ୍ୟ କହିଛନ୍ତି, ଯେ ଟିକାକରଣର ବୁଷ୍ଟର ଡୋଜର ପରୀକ୍ଷା ଆରମ୍ଭ ହୋଇସାରିଛି । ଥରେ ସମଗ୍ର ଜନସଂଖ୍ୟା ଉଭୟ ଟିକା ଗ୍ରହଣ କରିବା ପରେ ପରବର୍ତ୍ତୀ ପଦକ୍ଷେପ ହେଉଛି ବୁଷ୍ଟର ଡୋଜର ଅଭିଯାନ ଆରମ୍ଭ କରିବା ।

ଡକ୍ଟର ଗୁଲେରିଆ ଆଶା କରିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଟୀକାକରଣ ଅଭିଯାନ ମଧ୍ୟ ଆରମ୍ଭ ହେବ । ସେ କହିଛନ୍ତି ଯେ ଭରତ ବାୟୋଟେକ୍ ର କୋଭାକ୍ସିନ୍ ଏହି ଦିଗରେ ବହୁତ ଅଗ୍ରଗତି କରିଛି ଏବଂ ଏହାର ପରୀକ୍ଷା ଫଳାଫଳ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ । ଏହା ପରେ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଆବଶ୍ୟକ ଅନୁମୋଦନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.