Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କରୋନା ଭ୍ୟାକସିନ ଆସିବା ପୂର୍ବରୁ ବୋଧହୁଏ ଭାରତୀୟଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇ ସାରିଥିବ: ଏମ୍ସ ଡାକ୍ତର

14/11/2020 at 3:55 PM

ନୂଆଦିଲ୍ଲୀ ୧୪।୧୧:  ଭାରତରେ ବିଗତ କିଛି ଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖି ଦେଶର ଡାକ୍ତରୀ ଦଳ ମଧ୍ୟ ଆଶ୍ଵସ୍ତି ପ୍ରକାଶ କରିଛନ୍ତି। କରୋନାକୁ ନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି କରୋନା ଭ୍ୟାକସିନ ଆସିବା ପୂର୍ବରୁ ଭାରତୀୟଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଆସି ସାରିଥିବ।

ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କରୋନା ଉପରେ ସୂଚନା ଦେଇ କହିଛନ୍ତି, ସାଂପ୍ରତିକ ସ୍ଥିତିକୁ ଦେଖିଲେ ଲାଗୁଛି ଦେଶରେ କୋଭିଡ୍ ଭ୍ୟାକସିନ ଆସିବା ପୂର୍ବରୁ ବୋଧହୁଏ ଭାରତୀୟଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇ ସାରିଥିବ। ସେ କହିଛନ୍ତି ଆଗାମୀ କିଛି ସମୟରେ ଆମେ ଏମିତି ପର୍ଯ୍ୟାୟରେ ପହଞ୍ଚି ପାରନ୍ତି। ଦେଶର ନାଗରିକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଏମିତି ବୃଦ୍ଧି ଘଟିପାରେ ଯେ, ସେମାନଙ୍କୁ ଭ୍ୟାକସିନର ଆବଶ୍ୟକତା ପଡିନପାରେ।

ଡା. ଗୁଲେରିଆ କହିଛନ୍ତି, କରୋନା ସଂକ୍ରମଣ ହ୍ରାସ ପାଇବା ଆଶ୍ଵସ୍ତିର ବିଷୟ, ମାତ୍ର ଶୀତ ମାସରେ ଆମକୁ ଆହୁରି ସତର୍କ ରହିବାର ଆବଶ୍ୟକତା ରହିଛି। ଥଣ୍ଡା ପରିବେଶରେ ପ୍ରଦୂଷଣ କାରଣରୁ କରୋନା ଭାଇରସ୍‌ ସେଥିରେ ମିଶି ଅଧିକ ସମୟ ପବନରେ ରହିପାରେ। ଏହା ନିଶ୍ଚିତ ରୂପେ ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି। ତେଣୁ ଥଣ୍ଡା ପାଗରେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ହେଲେ ସାମାଜିକ ଦୂରତ୍ଵ, ମାସ୍କ ଲଗାଇବା ଓ ନିୟମିତ ହାତ ଧୋଇବା ପରି ଅଭ୍ୟାସକୁ ନିଜ ଜୀବନରେ ସାମିଲ କରିବାକୁ ପଡିବ।

ବର୍ତ୍ତମାନ ସ୍ଥିତିରେ ବୃଦ୍ଧ କିମ୍ଵା ପୂର୍ବରୁ କୌଣସି ରୋଗରେ ପୀଡିତ ରୋଗୀଙ୍କୁ ବାହାରକୁ ବାହାରନ୍ତୁ ନାହିଁ। ସେ କହିଛନ୍ତି ବାୟୁର ଗୁଣବତ୍ତା ଖରାପ ହେବାରୁ ସ୍ଵାସ୍ଥ୍ୟର କ୍ଷତି ଘଟିପାରେ। ବାହାରକୁ ତେବେ ଯାଆନ୍ତୁ ଯେବେ ଖରା ହେଉଥିବ ଏବଂ ଯିବା ସମୟରେ ନିଶ୍ଚିତ ଭାବେ ମାସ୍କ ଲଗାନ୍ତୁ ବୋଲି ଡା. ଗୁଲେରିଆ କହିଛନ୍ତି।

   Related Posts