Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶିଶୁ ସାହିତ୍ୟିକ ଡ.ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ‘ବନ ଦେଉଳରେ ସୁନା ନେଉଳ’ ପାଇଁ ମିଳିବ ସମ୍ମାନ

12/03/2021 at 8:03 PM

ଆନନ୍ଦପୁର, ୧୨/୦୩: ଘସିପୁରା ବ୍ଲକ୍ ଅତାସାହୀ ଗ୍ରାମର ଶିଶୁ ସାହିତ୍ୟିକ ଡ.ରାମଚନ୍ଦ୍ର ନାୟକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ । ଏନେଇ ଏକାଡେମୀ ତରଫରୁ ଚଳିତ ବର୍ଷ ପାଇଁ ପ୍ରକାଶିତ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି । ଡ. ନାୟକଙ୍କ ରଚିତ ଶିଶୁ ଗଳ୍ପ ପୁସ୍ତକ ‘ବନ ଦେଉଳରେ ସୁନା ନେଉଳ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଡ. ରାମଚନ୍ଦ୍ର ନାୟକ ପୂର୍ବରୁ ଶିଶୁ ସାହିତ୍ୟ ରଚନା ପାଇଁ ରାଜ୍ୟର ବିଭନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି। ସେଥିମଧ୍ୟରେ ୨୦୧୩ରେ ପ୍ରଜାତନ୍ତ୍ର ବିଶୁବ ମିଳନ ମିନାବଜାର ପୁରସ୍କାର, ୨୦୧୬ରେ ଓଡିଶା ଶିଶୁ ସାହିତ୍ୟ ସମିତ ପୁରସ୍କାର, ୨୦୧୮ରେ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ନାନ ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଭୁମିପୁତ୍ର ସମ୍ମାନ ପାଇଛନ୍ତି ।

ପିଲାବେଳୁ ସାହିତ୍ୟରେ ରୁଚି ରଖିଥିବା ଶ୍ରୀ ନାୟକ ପେଷାରେ ଜଣେ ହାଇସ୍କୁଲ  ଶିକ୍ଷକ ରହିଥିଲେ । ୧୯୯୫ରେ ସେ ଶିକ୍ଷା କ୍ଷେତ୍ରରେ ରାଜ୍ୟପାଳ ପୁରସ୍କାର ମଧ୍ୟ ପାଇଛନ୍ତି । ଜଗମୋହନ ରାମାୟଣର ରାଜଧର୍ମ ଶିର୍ଷକରେ ୧୯୮୫ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଫଳତାର ସହ ଡକ୍ଟରେଟ୍ ପାଇଥିଲେ । ତାଙ୍କର ଏହି ସଫଳତାକୁନେଇ ସାରା ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନକୁ ରାମଚନ୍ଦ୍ର ଓଡିଶାର ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିକୃତ କରିଥିବା କହିଛନ୍ତି ।

   Related Posts