କୃଷି ବିଜ୍ଞାନୀ ଡ. ପ୍ରମୋଦ ଚନ୍ଦ୍ର ଶତପଥୀଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ୱର, ୧୭/୦୪: ପରଲୋକରେ ବିଶିଷ୍ଟ କୃଷି ବିଜ୍ଞାନୀ ଡ. ପ୍ରମୋଦ ଚନ୍ଦ୍ର ଶତପଥୀ । ଡ. ଶତପଥୀ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଶେଷରେ ସେ ଶନିବାର ଭୋର୍ ୪ଟା୫୫ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଡ. ଶତପଥୀ ଓଡିଶା କୃଷି ବିଶ୍ୱବିଦ୍ୟାଳୟରେ ଦୀର୍ଘଦିନ ଧରି ଅଧ୍ୟାପକ ରହିଥିଲେ । ଏହାସହ ସେ କେନ୍ଦ୍ର ସରକାରଙ୍କ ଅନେକ କୃଷି ସମ୍ବନ୍ଧୀୟ ମିଶନରେ ମଧ୍ୟ ସାମିଲ ଥିଲେ । ଆହୁରି ମଧ୍ୟ ସେ ଆମେରିକାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ତେବେ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲା । କିନ୍ତୁ ଡ. ଶତପଥୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପରିବାର ଲୋକେ ଉପସ୍ଥିତ ଥିଲେ । ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ତାଙ୍କ ପାର୍ଥୀବ ଶରୀରରେ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକରର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.