ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

Published By : Prameya-News7 Bureau | October 18, 2020 IST

ଭୁବନେଶ୍ୱର ୧୮।୧୦ : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ । ଭିଏସ୍‌ଏସ୍ ମେଡିକାଲ କଲେଜର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି ।

ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି ରହିଛି । ଡଃ ଦେ ପେଡିଆଟ୍ରିକ୍ ଇଂଟେନ୍‌ସିଭ୍ କେୟାର, ପେଡିଆଟ୍ରିକ୍ ହେମାଟୋଲୋଜି, ଆଡୋଲେସେଂଟ ହେଲ୍‌ଥ କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବାରେ ବେଶ ସଫଳ ଡାକ୍ତର । ତାଙ୍କର ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଥିବା ଡଃ ଦେ ଅନେକ ଖ୍ୟାତନାମା କର୍ପୋରେଟ୍ ହସ୍ପିଟାଲ୍‌ଗୁଡ଼ିକରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ।

ଯୁବ ରୋଗୀମାନଙ୍କୁ ଖୁବ୍ ଭଳ ଚିକିତ୍ସା କରାଇବାରେ ତାଙ୍କର ଖ୍ୟାତି ରହିଛି । ଡଃ ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଶୁରୋଗ ବିଭାଗ (ଓପିଡି) ରେ ପ୍ରତ୍ୟେକ ସପ୍ତାହ ମଙ୍ଗଳବାର, ଗୁରୁବାର ଓ ଶନିବାର ରୋଗୀମାନଙ୍କର ଚିକିତ୍ସା କରିବେ । ତାଙ୍କ ସହ ଆପଏନ୍‌ଟମେଂଟ ନିମନ୍ତେ ୬୩୭୨୯୯୦୦୧୦ ଏବଂ ୦୬୭୪-୩୫୦୦୫୦୦ କୁ ଫୋନ୍ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.