Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

16/07/2021 at 12:52 PM

ଭୁବନେଶ୍ବର ।୭: ଜାନୁୟାରୀ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।  ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଇଛି ।  ଚଳିତ ମାସରେ ଏପର୍ଯ୍ୟନ୍ତ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପାଣି ଜମା ହୋଇ ରହିଲେ ଡେଙ୍ଗୁ ମଶା ବଂଶ ବିସ୍ତାର କରେ ।  ଘର ଚାରି ପାଖ ସଫା ରଖନ୍ତୁ ।  ପାଣି ଜମା କରିବାକୁ ଦିଅନ୍ତୁ ନାହିଁ । ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ କରନ୍ତୁ ।  

ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ । ଜ୍ବର ସହ ଗୋଡ ହାତ ଘୋଳା ବିନ୍ଧା ହେଲେ ଟେଷ୍ଟ କରନ୍ତୁ । କେବଳ ସରକାରୀ ମେଡିକାଲରେ ଟେଷ୍ଟ କରନ୍ତୁ । ଘରୋଇ ମେଡିକାଲରେ ଟେଷ୍ଟ କରନ୍ତୁ ନାହିଁ । ଡେଙ୍ଗୁ ଟେଷ୍ଟ କରିବାର ସଠିକ୍ ମାନଦଣ୍ଡକୁ ଧ୍ୟାନ ଦିଆଯାଉନାହିଁ । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ, RMRC , AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି ।  ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

   Related Posts