ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍ ରହିଛି -ଡା. ମନୋଜ ସାହୁ

Published By : Prameya-News7 Bureau | October 01, 2020 IST

ଭୁବନେଶ୍ୱର,୦୧/୧୦ : ବିଶ୍ୱରେ ମହାମାରୀ କରୋନା କାୟା ମେଲାଉଛି । ସଂକ୍ରମଣ ବଢ଼ିବା ସହ ଜୀବନ ମଧ୍ୟ ନେଉଛି । ଏଭଳି ସ୍ଥିତିରେ ଆମକୁ କରୋନା ଯୁଦ୍ଧ ଜିତିବାକୁ ହେଲେ କେତେକ କଥାକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ସମ୍‌ ହସ୍ପିଟାଲର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ମନୋଜ ସାହୁ କହିଛନ୍ତି ।


ପ୍ରଫେସର ସାହୁ କହିଛନ୍ତି, ଆମ ଦେଶର ଜନସଂଖ୍ୟାକୁ ଦେଖିଲେ, ବ୍ୟାପକ ଟିକାକରଣ କରିବା ସହଜ କଥା ନୁହେଁ । ଏଥିପାଇଁ ବହୁ ସମୟ ଲାଗିବ । ଏ ପଟେ ରୋଗୀଙ୍କ ସଂଖ୍ୟା ଏତେ ଅନୁପାତରେ ବଢ଼ିଲାଣି ଯେ ହସ୍ପିଟାଲରେ ଅକ୍ସିଜେନ୍‌ ମିଳୁନି । କରୋନା ଭୂତାଣୁ ମାନବ ସମାଜ ବାହାରେ ବେଶି ସମୟ ବଞ୍ଚି ରହିପାରିବନି । ତେଣୁ ଏହା ମଣିଷ ଶରୀରକୁ ନଗଲେ, ଆପେ ମରିଯିବ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ଅତି ସହଜ ଓ ପ୍ରଭାବଶାଳୀ ମଧ୍ୟ । ସାମାଜିକ ଦୂରତା, ମାସ୍କ ଓ ହାତକୁ ଆମକୁ ସବୁବେଳେ ସ୍ୱଚ୍ଛ ରଖିବା ଦରକାର ।


ସଂକ୍ରମଣକୁ ରୋକିବାରେ ଟିକା ୫୦% ପ୍ରଭାବଶାଳୀ ହୋଇଥିବା ବେଳେ ମାସ୍କର ବ୍ୟବହାର କିନ୍ତୁ ୯୫% ସଂକ୍ରମଣ ରୋକିବାରେ ସହାୟକ ହୋଇଥାଏ । ମାସ୍କ ବ୍ୟବହାର କରୁଥିବା ବ୍ୟକ୍ତି କରୋନାରେ ଆକ୍ରନ୍ତ ହେଉଥିଲେ ମଧ୍ୟ ଶରୀରେ ଜୀବାଣୁ କମ୍‌ ସଂଖ୍ୟାରେ ପ୍ରବେଶ କରିଥାଏ । ଯେଉଁଥିପାଇଁ ଅନେକଙ୍କୁ ଲକ୍ଷଣ ଦେଖାଯାଇନଥାଏ । ଲକ୍ଷଣ ଦେଖାଗଲେ ମଧ୍ୟ ସାମାନ୍ୟ ଦେଖାଯାଇଥାଏ । କମ୍‌ ପରିମାଣରେ ଭୂତାଣୁରେ ସଂକ୍ରମଣ ହୋଇଥିଲେ ମଧ୍ୟ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.