AIIMSରୁ ଡିସ୍‌ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨।୦୫: ସୁସ୍ଥ ହୋଇ ଘରକୁ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବାରୁ ତାଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ନୂତନ ଔଷଧ ସେବନରୁ  ରିଆକ୍ସନ ଓ ଜ୍ଵର ହେବା କାରଣରୁ ରବିବାର ବିଳମ୍ବିତ ରାତ୍ରିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୮୭ ବର୍ଷୀୟ ସିଂହଙ୍କୁ ଏମ୍ସର କାର୍ଡିଓ-ଥୋରେସିକ(ହୃଦ ଓ ଛାତି ସମ୍ବନ୍ଧିତ) କେନ୍ଦ୍ରରେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ରଖାଯାଇଥିଲା । ତେବେ ମେଡିକାଲରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିଲେ ମଧ୍ୟ ତାଙ୍କୁ ଜ୍ୱାର ଲାଗି ରହିଥିଲା । ପରେ ତାଙ୍କର କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା । ଏବଂ ସେଥିରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା।

ଉଲ୍ଲେଖଯୋଗ୍ୟ, ମନମୋହନ ସିଂହ କଂଗ୍ରେସର ଜଣେ ବରିଷ୍ଠ ନେତା। ସଂପ୍ରତି ସେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୨୦୦୯ରେ ଏମ୍ସରେ ତାଙ୍କର ବାଇପାସ୍‌ ସର୍ଜରୀ ହୋଇଥିଲା। ମନମୋହନ ସିଂହଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ମିଳିବା କ୍ଷଣି ଅନେକ ନେତା ତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ୍ କରିବା ସହିତ ଶୀଘ୍ର ସୁସ୍ଥତାର କାମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.