Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମଧ୍ୟପ୍ରଦେଶର ମଦର ଟେରେସା : ଆଦିବାସୀ ଇଲାକାରେ ମାଗଣା ଚିକିତ୍ସା କରି ଆସୁଛନ୍ତି ୮୨ବର୍ଷୀୟା ଡାକ୍ତର

6/02/2020 at 3:40 PM

ଭୋପାଳ ୬/୨: ଲୀଲା ଜୋଶୀଙ୍କୁ ମଧ୍ୟପ୍ରଦେଶର ‘ମଦର ଟେରେସା’ ବୋଲି କୁହାଯାଏ। ଏହି ନାଁର କାରଣ ହେଉଛି ତାଙ୍କ କାମ,ଯାହା ସେ ଆଦିବାସୀ ମହିଳାଙ୍କ ପାଇଁ କରିଥିଲେ। ଦେଶରେ ମାତୃ ମୃତ୍ୟୁ ଦରର ସଂଖ୍ୟା ଅଧିକ ଏବଂ ଆଦିବାସୀ ମହିଳାଙ୍କଠାରେ ଏହାର ସଂଖ୍ୟା ଅନ୍ୟ ମହିଳାଙ୍କଠୁ ଅଧିକ। ସ୍ତ୍ରୀ ରୋଗ ବିଶେଷଜ୍ଞ ଡ.ଲୀଲା ଜୋଶୀ ଆଇରନ୍ ସମସ୍ୟା ଭୋଗୁଥିବା ଆଦିବାସୀ ମହିଳାଙ୍କୁ ସୁସ୍ଥ କରିବା ପାଇଁ କ୍ୟାମ୍ପ ଲଗାଇଛନ୍ତି ଏବଂ ମାଗଣା ଚିକିତ୍ସା କରିଥିଲେ। ଏହି ଉପଲବ୍ଧି ପାଇଁ ଭାରତ ସରକାର ୮୨ବର୍ଷ ବୟସ୍କା ଲୀଲା ଜୋଶୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବାକୁ ଘୋଷଣା କରିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ଲୀଲା ଜୋଶୀ ରତଲାମ ପୂର୍ବରୁ ଆସାମରେ ମଧ୍ୟ କିଛି ବର୍ଷ ଯାଏଁ ନିଜ ସେବା ଜାରି କରିଥିଲେ। ଆସାମରେ ପୋଷ୍ଟିଙ୍ଗ୍ ସମୟରେ ଡ.ଜୋଶୀଙ୍କ ସାକ୍ଷାତ ମଦର ଟେରେସାଙ୍କ ସହ ହୋଇଥିଲା। ମଦର ଟେରେସା ତାଙ୍କୁ ଆଦିବାସୀଙ୍କ ପାଇଁ କିଛି କରିବାକୁ ଅପିଲ କରିଥିଲେ। ମଦର ଟେରେସାଙ୍କ ଏହି କଥା ତାଙ୍କ ମନରେ ଘର କରି ନେଇଥିଲା। ୧୯୯୭ମସିହାରେ ସେ ଅବସରପ୍ରାପ୍ତି କରିବା ପରେ ଡ.ଲୀଲା ଜୋଶୀ ମଧ୍ୟପ୍ରଦେଶ ଆସି ଆଦିବାସୀ ମହିଳାଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରିବା ଆରମ୍ଭ କରିଥିଲେ।

ନିଜ ପ୍ରଫେସନାଲ କ୍ୟାରିୟର ସମୟରେ ଡ.ଜୋଶୀ ଜାଣି ସାରିଥିଲେ ଯେ ଭାରତରେ ପ୍ରତି ବର୍ଷ ମାତୃ ମୃତ୍ୟୁ ହାରର ସଂଖ୍ୟା ଯଥେଷ୍ଟ ଅଧିକ। ଏହି ମୃତ୍ୟୁହାରରେ ସବୁଠୁ ଅଧିକ ଆଦିବାସୀ ମହିଳାଙ୍କ ସଂଖ୍ୟା ସାମିଲ ଥିଲା। ଖାସ୍ କରି ଯେଉଁମାନେ ଆନିମିଆରେ ପୀଡ଼ିତ ସେମାନଙ୍କ ସଂଖ୍ୟା ଅଧିକ ଥିଲା। ଏହି ରିସର୍ଚ୍ଚ ପରେ ଜୋଶୀ ଆଦିବାସୀ ଅଞ୍ଚଳରେ ରହୁଥିବା ମହିଳାଙ୍କ ପାଇଁ ଅନେକ କ୍ୟାମ୍ପ ଲଗାଇଥିଲେ ଏବଂ ଏହା ସହିତ ତାଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯାଇଥିଲା। ଡ.ଜୋଶୀ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଏକମାତ୍ର ଏପରି ଡାକ୍ତର ଯିଏ ୨୨ବର୍ଷରୁ ଆଦିବାସୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରୁଥିଲେ। ଆଜି ୮୨ବର୍ଷ ବୟସରେ ମଧ୍ୟ ଡାକ୍ତର ଜୋଶୀ ଆଦିବାସୀ ବହୁଳ ଅଞ୍ଚଳକୁ ଯାଇ ସ୍ତ୍ରୀ ରୋଗ ସହ ଜଡ଼ିତ ସମସ୍ୟା ପ୍ରତି ମହିଳାଙ୍କୁ ସଚେତନ କରିବାର କାର୍ଯ୍ୟ କରୁଛନ୍ତି।

ଡାକ୍ତର ଜୋଶୀ ୧୯୬୨ମସିହାରେ କୋଟାର ରେଲଓ୍ବେ ହସ୍ପିଟାଲରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ନିଜ ମେଡିକାଲ କ୍ୟାରିୟର ଆରମ୍ଭ କରିଥିଲେ। ନିଜ ଯୋଗଦାନ ପରେ ଡାକ୍ତର ଜୋଶୀ ୨୯ବର୍ଷ ପରେ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପଦ ହାସଲ କରିଥିଲେ। ୧୯୯୧ମସିହାରେ ଡାକ୍ତର ଜୋଶୀ ଦିଲ୍ଲୀର ରେଳ ମନ୍ତ୍ରଣାଳୟରେ ଏକ୍ସିକ୍ୟୁଟିଭ ହେଲ୍ଥ ଡାଇରେକ୍ଟର ଭାବେ କାମ କରିଥିଲେ ଯାହା ପରେ ସେ ମୁମ୍ବାଇରେ ମେଡିକାଲ୍ ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଥିଲେ। ଡାକ୍ତର ଜୋଶୀ ଆସାମର ଚିଫ ମେଡିକାଲ୍ ଡାଇରେକ୍ଟର ପଦରୁ ଅବସର ଗ୍ରହଣ କରିଥିଲେ। ଏହା ପରେ ମଧ୍ୟପ୍ରଦେଶର ରତଲାମ ଆସି ଆଦିବାସୀଙ୍କ ଚିକିତ୍ସାରେ ନିଜ ଜୀବନ ସମର୍ପିତ କରିଥିଲେ।

୨୦୧୬ମସିହାରେ ଡାକ୍ତର ଲୀଲା ଜୋଶୀଙ୍କ ନାଁ ଭାରତର ୧୦୦ଜଣ ସଫଳ ମହିଳାଙ୍କ ତାଲିକାରେ ଆସିଥିଲା ଯାହା ଫଳରେ ତାଙ୍କୁ ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ଡାକ୍ତର ଜୋଶୀଙ୍କୁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମହିଳା ପୁରସ୍କାର ଆଓ୍ବାର୍ଡ଼ ଅର୍ପଣ କରିଥିଲେ।

   Related Posts