MRI ଘୋଟାଲର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ ମେହେର

Published By : Prameya-News7 Bureau | June 11, 2020 IST

ସମ୍ବଲପୁର୧୧/୬: ଏମଆରଆଇ ଘୋଟାଲର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ ମେହେର| ଏନେଇ ନ୍ଯୁଜ ୭କୁ ପ୍ରତିକ୍ରିୟା ଦେଇଛନ୍ତି ଭୀମସାର ସୁପରିଟେଣ୍ଡଣ୍ଟ୍ ଡାକ୍ତର ଜୟଶ୍ରୀ ଦୋରା | ଏନେଇ ମେଡିସିନ ବିଭାଗର ଡାକ୍ତର ମନୋଜ ମହାପାତ୍ରଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ କମିଟି ଗଠନ ହୋଇଛି। ଏହି କମିଟି ୭ ଦିନ ମଧ୍ଯରେ ତଦନ୍ତ କରି ରିପୋର୍ଟ ଦେବକୁ ନିର୍ଦ୍ଦେଶ ଦିଆଯାଇଛି |

ଭୀମସାର ଏମଆରଆଇ ଘୋଟାଲାରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା| ଗତକାଲି ଜିଲ୍ଲା ଓକିଲ ସଂଘ ସଭାପତି ସିବିଆଇ ତଦନ୍ତ ଦାବି କରିଥିବାବେଳେ ତାଙ୍କ ସହ ସ୍ବର ମିଳାଇଥିଲା ଜିଲ୍ଲା କଂଗ୍ରେସ  ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ଯପାଳଙ୍କୁ ଦାବି ପତ୍ର ଦେଇଥିଲା ପଶ୍ଚିମାଂଚଳ ଏକତା ମଞ୍ଚ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.