Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାକିସ୍ତାନକୁ ଭାରତର କଡା ଜବାବ: ଆତଙ୍କବାଦର ସବୁଠାରୁ ବଡ ସମର୍ଥକ ପାକ, ନିଜକୁ ପୀଡିତ କହି ଡ୍ରାମା କରୁଛି

7/10/2021 at 6:31 PM

ନୂଆଦିଲ୍ଲୀ ୭/୧୦: ପାକିସ୍ଥାନ ପୁଣିଥରେ ଯୁକ୍ତରାଷ୍ଟ୍ର ଆମେରିକାରେ କାଶ୍ମୀର ସମସ୍ୟା ଉଠାଇ ଭାରତ ଦ୍ୱାରା କଡ଼ା ସମାଲୋଚନାର ଶୀକାର ହୋଇଛି। ଭାରତ କହିଛି ପାକିସ୍ଥାନ ଆତଙ୍କବାଦୀମାନଙ୍କୁ ସହଯୋଗ କରିବା ସହିତ ସମ୍ପୁର୍ଣ୍ଣ ମାତ୍ରାରେ ସମର୍ଥନ ମଧ୍ୟ କରୁଛି ଓ ନିଜେ ଆତଙ୍କବାଦର ଶୀକାର ହୋଇଛି ବୋଲି ମିଛ ବାହାନା କରୁଛି। କେବଳ ସେତିକି ନୁହେଁ ତା ସହ ସେଠାରେ ହିନ୍ଦୁ, ଈସାଈ, ଶିଖ୍, ଓ ବୌଦ୍ଧ ଭଳି ଥିବା ସମସ୍ତ ସଂଖ୍ୟା ଲଘୁମାନଙ୍କ ଉପରେ ଜାତିଗତ ହିଂସା ତଥା ଅତ୍ୟାଚାର ବନ୍ଦ କରିବା ଆବଶ୍ୟକ।

ଆମେରିକାରେ ଭାରତର ଥିବା ସ୍ଥାୟୀ ମିଶନର କାଉନସିଲର ତଥା ଆଇନ ପରାମର୍ଶଦାତ୍ରୀ ଡ. କାଜଲ ଭଟ୍ଟ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ ସମ୍ମୀଳନୀରେ କହିଛନ୍ତି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ସଦସ୍ୟମାନଙ୍କୁ ଆତଙ୍କବାଦର ସମସ୍ତ ଦିଗ ବିରୁଦ୍ଧରେ ଲଢ଼ିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବୁଝାଇବା ସହ ଓ ଏହା କରିବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି। ଷଷ୍ଠ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ନିରୋଧୀ ସମାବେଶରେ ଡ.ଭଟ୍ଟ କହିଛନ୍ତି ପାକିସ୍ଥାନ ଏହି ମହତ୍ୱପୁର୍ଣ୍ଣ ମଞ୍ଚରେ ପୁଣି ଥରେ ମିଛ କଥା କହି ଏହାର ଦୁରୁପଯୋଗ କରିଛି। ଏହି ଦେଶ ଆତଙ୍କବାଦର ପେଣ୍ଠସ୍ଥଳୀ। ପାକିସ୍ତାନ ସବୁବେଳେ ଆତଙ୍କବାଦୀମାନଙ୍କୁ ସମର୍ଥନ ସହିତ ପୁରା ସହଯୋଗ ମଧ୍ୟ କରିଆସିଛି। କିନ୍ତୁ ସମସ୍ତଙ୍କୁ ଦେଖେଇବା ପାଇଁ କଥା ଛଳରେ ଆମେ ଆତଙ୍କବାଦ ଦ୍ୱାରା ପିଡ଼ିତ ବୋଲି କହୁଛି। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ଭାରତ ବିଷୟରେ ପାକିସ୍ଥାନ କହିଥିବା ସମସ୍ତ କଥା ଓ କରିଥିବା ଆରୋପ ପ୍ରତ୍ୟାରୋପକୁ ଆମେ ଦୃଢ ନିନ୍ଦା କରିବା ସହ ଖାରଜ କରୁଛୁ। କାରଣ ଭାରତ କଣ ତାହା ସମସ୍ତ ବିଶ୍ୱବାସୀଙ୍କୁ ଭଲ ଭାବେ ଜଣା।


ଆମେରିକାରେ ପାକିସ୍ତାନର ରାଷ୍ଟ୍ରଦୁତ ମୁନୀର ଅକ୍ରମ ଷଷ୍ଠ ସମାବେଶରେ କାଶ୍ମୀର ସମସ୍ୟାକୁ ନେଇ ଭାରତ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ ମନ୍ତବ୍ୟ ଦେବାରୁ ଭାରତ ଫକ୍ଷରୁ ତାଙ୍କୁ କଡ଼ା ଯବାବ ଦିଆଯାଇଛି।


ଡ. ଭଟ୍ଟ ଆହୁରି କହିଛନ୍ତି ଜମ୍ମୁ-କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ ଥିଲା ବର୍ତ୍ତମାନ ଅଛି ଓ ଭବିଷ୍ୟତକୁ ରହିବ ମଧ୍ୟ। ପାକିସ୍ଥାନରେ ଥିବା ଆମର ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଜାତିଗତ ହିଂସା ଓ ଅତ୍ୟାଚାରକୁ ବନ୍ଦ କରନ୍ତୁ ବୋଲି ଆମେ ଆମର ଦାବି ଉପସ୍ଥାପନ କରୁଛୁ।

   Related Posts