Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

କରୋନା ଯୁଦ୍ଧରେ ପ୍ରାଣ ହରାଇଲେ ‘୨ ଟଙ୍କିଆ’ ଡାକ୍ତର, ଗରିବଲୋକଙ୍କ ପାଇଁ ଥିଲେ ଭଗବାନ

26/04/2020 at 12:06 PM

ହାଇଦ୍ରାବାଦ ୨୬।୦୫: ଗତ ୫ ଦଶନ୍ଧି ହେଲା ଲକ୍ଷ ଲକ୍ଷ ଗରିବ ଲୋକଙ୍କ ମାଗଣାରେ ଚିକିତ୍ସା କରିଥିବା ଆନ୍ଧ୍ର ପ୍ରଦେଶର ଡାକ୍ତର କେ ଏମ୍‌ ଇସମାଇଲ ହୁସେନ ଏବେ କରୋନା ଯୁଦ୍ଧ ହାରି ଯାଇଛନ୍ତି । ସେ ‘୨ ଟଙ୍କିଆ’ ଡାକ୍ତର ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ । ଆନ୍ଧ୍ରପ୍ରଦେଶ ସହ ପଡ଼ୋଶୀ ତେଲଙ୍ଗାନା ଓ କର୍ଣ୍ଣାଟକର ବହୁ ରୋଗୀ ତାଙ୍କ ପାଖକୁ ଆସୁଥିଲେ । ନିକଟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଯାଇଥିଲା । ତାଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଅନ୍ତିମ ନିଃଶ୍ୱାସ ନେଇଥିଲେ । ମୃତ୍ୟୁ ପରେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ତାଙ୍କ ଘରର କିଛି ସଦସ୍ୟ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପିଟାଲର କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ କରାଯାଇଛି ।

ଡାକ୍ତର ଇସମାଇଲ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ଗରିବ ଲୋକଙ୍କଠାରୁ ପରାମର୍ଶ ବାବଦରେ କୌଣସି ଅର୍ଥ ଦାବି କରୁ ନଥିଲେ । ସେ ଯେଉଁଠାରେ ରୋଗୀ ଦେଖୁଥିଲେ ତା ପାଖରେ ଏକ ବାକ୍ସ ରଖାଯାଉଥିଲା । ରୋଗୀ ନିଜ ଇଚ୍ଛା ବା ସମ୍ବଳ ଅନୁସାରେ ସେହି ବାକ୍ସରେ ଟଙ୍କା ପକାଉଥିଲେ । ପ୍ରଥମେ ଲୋକମାନେ ଦୁଇଟଙ୍କା ଲେଖାଏଁ ଦେଉଥିଲେ। ତେଣୁ ଲୋକଙ୍କ ମଧ୍ୟରେ ସେ ଦୁଇ ଟଙ୍କିଆ ଡାକ୍ତର ଭାବେ ପ୍ରସିଦ୍ଧ ହୋଇଗଲେ । ଏହାଛଡ଼ା ସେ ବହୁ ଜନ ସଚେତନତାମୂଳକ କାର୍ଯ୍ୟର ଲିପ୍ତ ରହୁଥିଲେ । ନିକଟରେ ଦିଲ୍ଲୀର ନିଜାମୁଦ୍ଦିନ୍‌ ମରକଜରେ ଆୟୋଜିତ ତବଲିଗି ଜମାତର କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରିଥିବା ଜମାତିମାନଙ୍କ ଚିହ୍ନଟ ପାଇଁ ରାଜ୍ୟ ସରକାର ତାଙ୍କର ସାହାଯ୍ୟ ନେଇଥିଲେ । ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ସେ ଘର ଘର ବୁଲି ଜମାତିମାନଙ୍କୁ ଚିହ୍ନଟ କରିବାର କାର୍ଯ୍ୟ କରିଥିଲେ ।

କୁର୍ଣ୍ଣୁଲ ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ଇସ୍‌ମାଇଲ୍‌ଙ୍କ ଉପରେ ଅଖଣ୍ଡ ଭରସା ଥିବାରୁ ବହୁ ରୋଗୀ ତାଙ୍କ ପାଖକୁ ଶହ ଶହ କିମି ଦୂରରୁ ଚାଲିକରି ଆସୁଥିଲେ । ତାଙ୍କର ଏହି ପ୍ରସିଦ୍ଧିକୁ ଦେଖି ଅନେକ ରାଜନୈତିକ ଦଳ ତାଙ୍କୁ ରାଜନୀତିରେ ଯୋଗ ଦେବାକୁ ଅଫର ଦେଇଥିଲେ । ଏପରିକି ମନ୍ତ୍ରୀ କରିବାକୁ ବି ପ୍ରସ୍ତାବ ମିଳିଥିଲା । ତାଙ୍କର ପୁରୁଣା ବନ୍ଧୁ ଏବଂ ବିଜେପିର ରାଜ୍ୟସଭା ସାଂସଦ ଟି ଜି ଭେଙ୍କଟେଶ କହିଛନ୍ତି ଡାକ୍ତର ଇସମାଇଲ ତାଙ୍କର ପୂରା ଜୀବନ ମାନବତାର ସେବାରେ ଅତିବାହିତ କରିଛନ୍ତି । ଜୀବନର ଅନ୍ତିମ ଦିନମାନଙ୍କରେ ସେ କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରୁଥିଲେ ।

   Related Posts