WHOଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ମନୋନୀତ ହେଲେ ଡା.ହର୍ଷବର୍ଦ୍ଧନ

Published By : Prameya-News7 Bureau | May 20, 2020 IST

ନୂଆଦିଲ୍ଲୀ୨୦।୫ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି। ତାଙ୍କୁ ଡବ୍ଲୁଏଚଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ମନୋନୀତ କରାଯାଇଛି। ଆସନ୍ତା ୨୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ। ଏହି ପଦବୀରେ ଅବସ୍ଥାପିତ ଜାପାନର ଡା.ହିରୋକି ନକାତାନିଙ୍କ କାର୍ଯ୍ୟକାଳ ଶେଷହୋଇଥିଲା। ଏଣୁ ଡା. ହର୍ଷବର୍ଦ୍ଧନ ଏବେ ତାଙ୍କ ସ୍ଥାନରେ କାର୍ଯ୍ୟ କରିବେ।

ଡବ୍ଲୁଏଚଓଙ୍କ ୩୪ଜଣିଆ କାର୍ଯ୍ୟନିର୍ବାହୀ ବୋର୍ଡ ରହିଛି। ବୋର୍ଡ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନଙ୍କ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକଳାପ ଉପରେ ନଜର ରଖନ୍ତି। ବୋର୍ଡରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶି ଲୋକଙ୍କୁ ମନୋନୀତ କରାଯାଇଥାଏ। ଏହି ପଦବୀରେ ଡା. ହର୍ଷବର୍ଦ୍ଧନ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଡା.ହିରୋକି ନକାତାନିଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବା ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଡା. ହର୍ଷବର୍ଦ୍ଧନଙ୍କ ନାମ ସୁପାରିଶ କରାଯାଇଥିଲା। ଯାହା ସର୍ବସମ୍ମତିକ୍ରମେ ଗ୍ରହଣୀୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.