Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଲେ, ‘…ତାହେଲେ ସର୍ବ ପ୍ରଥମେ ଭ୍ୟାକସିନ୍ ମୁଁ ନେବି’

13/09/2020 at 6:13 PM

ନୂଆଦିଲ୍ଲୀ ୧୩/୦୯ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ରବିବାର ଦିନ କହିଛନ୍ତି ଯେ, ଯଦି ଲୋକଙ୍କ ମନରେ କରୋନା ଭ୍ୟାକସିନକୁ ନେଇ କୌଣସି ସନ୍ଦେହ ଅଛି ତାହେଲେ ସର୍ବ ପ୍ରଥମେ ସେ ନିଜେ ଭ୍ୟାକସିନ୍ ନେବେ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଭ୍ୟାକସିନ୍ ଆସିବା ପରେ ପ୍ରାଥମିକତା ହିସାବରେ ଭ୍ୟାକସିନ୍ ଦିଆଯିବ । ଭ୍ୟାକସିନକୁ ନେଇ ଜରୁରୀକାଳୀନ ପ୍ରାଧିକରଣ ଉପରେ ଖୁବ ଶୀଘ୍ର ସହମତି ମିଳିପାରେ ।  

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପ୍ରାଥମିକତା ଆଧାରରେ ମୋର୍ଚ୍ଚାରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ, ଅନ୍ୟାନ୍ୟ ରୋଗରେ ପୀଡିତ ଲୋକଙ୍କୁ ପ୍ରଥମେ ଭ୍ୟାକସିନ୍ ଦିଆଯିବ । ଯଦି ଲୋକଙ୍କ ମନରେ ଭ୍ୟାକସିନକୁ ନେଇ ଭ୍ରମ ସ୍ଥିତି ରହିଛି ତାହେଲେ ସର୍ବ ପ୍ରଥମେ ସେ ନିଜେ ଭ୍ୟାକସିନ୍ ନେବେ ବୋଲି ଡ.ହର୍ଷବର୍ଦ୍ଧନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶରେ ୩ଟି ଭ୍ୟାକସିନ୍ ମାନବ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି । ଏଥିରୁ ଦୁଇଟି ଭ୍ୟାକସିନ ଭାରତର । ତୃତୀୟଟି ଅକ୍ସଫୋର୍ଡ ୟୁନିଭର୍ସିଟିର । ବର୍ତ୍ତମାନ ଅକ୍ସଫୋର୍ଡ ୟୁନିଭର୍ସିଟି ଭ୍ୟାକସିନ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି | ଜଣେ ପ୍ରତିଭାଗୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବାରୁ ପରୀକ୍ଷଣ ଉପରେ ରୋକ ଲଗାଯାଇଛି । ଏହାପରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କହିଛି ଯେ ଭାରତର ଔଷଧି ମହାନିୟନ୍ତ୍ରକ (ଡିସିଜିଆଇ)ରୁ ମଞ୍ଜୁରୀ ମିଳିବା ପରେ ଆଷ୍ଟ୍ରା ଜେନେକା କରୋନା ଟୀକାର ପରୀକ୍ଷଣ ପୁନଃ ହେବ । ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏକ ବୟାନରେ କହିଛି ଯେ, ଡିସିଜିଆଇରୁ ମଞ୍ଜୁରୀ ମିଳିବା ପରେ ପରୀକ୍ଷଣ ପୁଣି ଆରମ୍ଭ ହେବ । 

ଏସଆଇଆଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଦର ପୂନାଵାଲା କହିଛନ୍ତି ଯେ, ଯେବେ ଯାଏଁ ପରୀକ୍ଷଣ ପୁରା ନ ହୋଇଛି ସେବେ ଯାଏଁ କୌଣସି ନିଷ୍କର୍ସ ପହଞ୍ଚିବା ଉଚିତ ନୁହେଁ । ଶେଷ ଯାଏଁ ପ୍ରକ୍ରିୟାକୁ ସମ୍ମାନ କରିବା ଉଚିତ ବୋଲି ସେ କହିଛନ୍ତି ।

   Related Posts