ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୧୯ ତମ ଜୟନ୍ତୀ : ପାଇକ ଆଖଡାରେ କଂପିଲା ରାଜଧାନୀ

Published By : Prameya-News7 Bureau | November 21, 2018 IST

ଭୁବନେଶ୍ବର୨୧|୧୧: ନବ ଉତ୍କଳର ନିର୍ମାତା, କଳିଙ୍ଗ କେଶରୀ, ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୧୯ ତମ ଜୟନ୍ତୀ ପାଳିତ ହୋଇଛି । ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମହତାବ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲୋୟର ପିଏମ୍‌ଜିରେ ପାଇକ ଆଖଡା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । .. ରାଜଧାନୀରେ ଧୁମ୍ ଧାମ୍‌ରେ ପାଳିତ ହୋଇଛି ନବ ଉତ୍କଳର ନିର୍ମାତା ଡକ୍ଟର ହରେକୃଷ୍ଣ  ମହତାବଙ୍କ ଜୟନ୍ତୀ । ଏହି ଅବସରରେ ହରେକୃ​‌ଷ୍ଣ ମହତାବ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲୋୟର ପିଏମ୍‌ଜିରେ ଆୟୋଜିତ ହୋଇଥିଲା ଚିତାକର୍ଷକ ସମରକଳା କୌଶଳ । ବିଭିନ୍ନ ସ୍ଥାନରୁ ଆସିଥିବା ପାଇକମାନେ ପାଇକ ଆଖଡା ପ୍ରଦର୍ଶନ କରିଥିଲେ ।.. ପେଟ ଉପରେ ପଟା ରଖି ଗାଡି ଚାଳନା ହେଉ ଅବା ତରବାରି ଚାଳନା ..। କୁନି କୁନି ପିଲାଙ୍କ କଳା କୌଶଳରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦେଖଣାହାରୀ ।.. ଏହି ଅବସରରେ ମହତାବଙ୍କ ସ୍ମୃତି ଚାରଣ କରାଯାଇଥିଲା ।  ଏଯାଏ ଜନ୍ମ ପୀଠରେ ପ୍ରତିମୂର୍ତ୍ତି ଟିଏ ସ୍ଥାପନ ହୋଇ ନପାରିବା ନେଇ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା । .. ସକାଳେ ବିଧାନସଭା ପରିସରରେ ମହତାବଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ ।ମହତାବଙ୍କ ସ୍ମୃତିଚାରଣ କରାଯିବା ସହ   ସୁମଧୁର ସଂଗୀତ ପରିବେଷଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.