Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କରୋନାରେ ଆର ପାରିକୁ ଚାଲିଗଲେ ଦରଦୀ ଡାକ୍ତର ଦେବେନ୍ଦ୍ର କିଶୋର ସାମନ୍ତରାୟ

8/05/2021 at 9:10 PM

ଭୁବନେଶ୍ଵର ୦୮।୦୫: କରୋନାର ଦ୍ଵିତୀୟ ଲହରରେ ଅନେକ ଲୋକ ନିଜ ନିଜର ପରିଜନଙ୍କୁ ହରାଇଲେଣି। ଆମ ପାଇଁ ଏବଂ ସମାଜ ପାଇଁ ଖାସ୍ ଥିବା ଅନେକ ଲୋକଙ୍କ କରୋନାରେ ଦେହାନ୍ତ ଘଟିଛି। ଏହି କ୍ରମରେ ଅବସରପ୍ରାପ୍ତ ପ୍ରଫେସର ତଥା ବ୍ରହ୍ମପୁର ଏମକେସିଜି କଲେଜ୍ ଓ ହସ୍ପିଟାଲର ଯକ୍ଷ୍ମା ବି ଓ ଛାତି ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ର କିଶୋର ସାମନ୍ତରାୟଙ୍କ କରୋନାରେ ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍ନାରେ ତାଙ୍କ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ଗତ ବର୍ଷ ମେ ମାସରୁ ସେ ଲଗାତାର ରୋଗୀଙ୍କ ସେବା କରି ଆସୁଥିଲେ। କରୋନା ପରି ସଙ୍କଟ ସମୟରେ ତାଙ୍କ କ୍ଲିନିକ୍‌କୁ ଆସୁଥିବା ରୋଗୀଙ୍କୁ ଅବିଳମ୍ବେ ସ୍ଵାସ୍ଥ୍ୟ ସେବା ଯୋଗାଉଥିଲେ। ସେ ହୃଦୟଙ୍ଗମ କରିଥିଲେ ଯେ, ସଂପ୍ରତି ସମସ୍ତ ଡାକ୍ତର ମାନବ ଜାତିର ସେବା କରିବାକୁ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ସେ ରୋଗୀଙ୍କୁ କେବେ ମଧ୍ୟ ନିଜ ଦୁଆରୁ ଫେରାଉନଥିଲେ। ନିଜ ଅଞ୍ଚଳରେ ସେ ବହୁତ ଲୋକପ୍ରିୟ ଥିଲେ। ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ କାମନା କରୁଛନ୍ତି।

   Related Posts