୨୧୮ ଜଣଙ୍କୁ ହତ୍ୟା କରିଥିବା ଡାକ୍ତର-ଡକ୍ଟର ଡେଥ୍‌

Published By : Prameya-News7 Bureau | October 26, 2019 IST

ଡାକ୍ତରଙ୍କ ଅନେକ ଲୋକଙ୍କର ଜୀବନ ରକ୍ଷକ । ମାତ୍ର ଏପରି ଜଣେ ଡାକ୍ତର ଅଛନ୍ତି ତାଙ୍କୁ ଡକ୍ଟର ଡେଥ୍‌ କୁହାଯାଏ । ତାଙ୍କ ନାମରେ ୨୧୮ ଜଣଙ୍କ ହତ୍ୟା କରିଥିବା ଅଭିଯୋଗ ସହ ପ୍ରମାଣ ବି ରହିଛି । ଇତିହାସରେ ସେ ଜଣେ ଭୟଙ୍କର ହତ୍ୟାକାରୀ । ୨୧୮ ଜଣଙ୍କର ହତ୍ୟାର ପ୍ରମାଣ ରହିଥିବା ବେଳେ ୨୫୦ରୁ ଅଧିକ ବ୍ୟକ୍ତିଙ୍କୁ ସେ ହତ୍ୟାକରିଥିବା ଆଶଙ୍କା କରାଯାଉଛି । ହାର୍ଲୋଡ ସିପ୍‌ ମ୍ୟାନ ଡାକ୍ତର ଭାବେ ବେଶ୍‌ ଲୋକପ୍ରିୟ ଥିଲେ ।
୧୯୭୨ ମସିହାରେ ସେ ପ୍ରଥମ କରି ହତ୍ୟା କରିବା ଆରମ୍ଭ କରିଥିଲେ । ପ୍ରଥମଥର ଡାକ୍ତର ଭାବେ ପେଶାଗ୍ରହଣ କରିବା ବେଳେ ସେ ୭୧ ଜଣଙ୍କ ହତ୍ୟା କରିଥିବା ବ୍ରିଟିଶ୍‌ ପୁଲିସ ସୂଚନା ଦେଇଛି । ପରେ ପୁଣି ୧୪୧ ଜଣଙ୍କୁ ହତ୍ୟା କରିଥିଲେ । ସେହି ସମୟରେ ସେ ପ୍ରଚଣ୍ଡ ରାଗିଥିଲେ । ନିଜର ସହକର୍ମୀମାନଙ୍କ ସହ ଯୁକ୍ତି କରିବା ଓ ରାଗିଯିବା ତାଙ୍କର ସ୍ୱଭାବ ଥିଲା । ଏହାପରେ ଜଣେ ଡାକ୍ତର ଓ ଜଣେ ଅଣ୍ଡରଟେକର ହାର୍ଲୋଡ ସିପ୍‌ ମ୍ୟାନ ବହୁ ଜଣଙ୍କ ମୃତ୍ୟୁ ପ୍ରମାଣ ପତ୍ର ଉପରେ ଦସ୍ତଖତ କରୁଥିବା ଦେଖିବାକୁ ପାଇଥିଲ ।

ଏମାନେ ଘଟଣା ବିଷୟରେ ଅନୁସନ୍ଧାନ କରୁଥିବା ବେଳେ ସେ ଆହୁରି ୩ ଜଣଙ୍କୁ ହତ୍ୟା କରିଥିଲ । ଏହାପରେ ଡାକ୍ତର ଓ ଜଣେ ଅଣ୍ଡରଟେକ ହାର୍ଲୋଡ ସିପ୍‌ ମ୍ୟାନ ବିଷୟରେ ଜୋରଦାର ଅନୁସନ୍ଧାନ କରିଥିଲେ । ଲୋକମାନଙ୍କର ସମାନ ଉପାୟରେ ମୃତ୍ୟୁ ହେଉଥିବା ସେମାନ ପ୍ରମାଣ ପାଇଥିଲ । ଏମାନଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ମହିଳାଥିଲେ ।

୧୯୯୮ରେ ହାର୍ଲୋଡ ସିପ୍‌ ମ୍ୟାନଙ୍କ ଅପରାଧ ପ୍ରମାଣିତ ହୋଇଥିଲା । ସେ ଗୋଟିଏ ଝିଅକୁ ମାରିଥିବାର ପ୍ରମାଣ ମିଳିଥିଲା । ଏହାପରେ କାଥଲିନ୍‌ ଗ୍ରୁଣ୍ଡି ନାମର ଓକିଲ ହାର୍ଲୋଡ ସିପ୍‌ ମ୍ୟାନ ତାଙ୍କ ମାଆଙ୍କୁ ମାରିଥିବା ଅଭିଯୋଗ କରିଥିଲେ । ୨୦୦୦ ମସିହାରେ ୧୫ଟ ହତ୍ୟା ମାମଲାର ପ୍ରମାଣ ମିଳିଥିଲା। ମାତ୍ର ୨୦୦୪ ମସିହାରେ ହାର୍ଲୋଡ ସିପ୍‌ ମ୍ୟାନ ଜେଲ୍‌ରେ ଆତ୍ମହତ୍ୟା କରିଥିଲେ । ମାତ୍ର ହତ୍ୟା କରିଥିବା ବିଷୟରେ କେବେବି ମାନି ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.