ଜଗନ୍ନାଥଙ୍କ ରଥଯାତ୍ରା ଗୋଟିଏ ପରମ୍ପରା ନୁହେଁ ଗୋଟିଏ ବିଧି: ବରିଷ୍ଠ ନେତା ଦାମୋଦର ରାଉତ, ଶୁଣନ୍ତୁ କ'ଣ କହୁଛନ୍ତି

Published By : Prameya-News7 Bureau | June 21, 2020 IST

ଭୁବନେଶ୍ବର୨୧/୬: ରଥଯାତ୍ରା ସମ୍ପର୍କରେ ବରିଷ୍ଠ ନେତା ଦାମୋଦର ରାଉତ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଗନ୍ନାଥଙ୍କ ରଥଯାତ୍ରା ଗୋଟିଏ ପରମ୍ପରା ନୁହେଁ ଗୋଟିଏ ବିଧି। ଏହି ବିଧି କେବେ ବନ୍ଦ ହୋଇପାରେନା।  ସ୍କନ୍ଧ ପୁରାଣରେ ଲିଖିତ ଅଛି ଯେ ଜଗନ୍ନାଥଙ୍କ ରୀତି ନୀତି ଶଙ୍କରାଚାର୍ଯ୍ୟ ଓ ଗଜପତି ନେଇଥାନ୍ତି। ମହାପ୍ରଭୁଙ୍କ ସେବା ପୂଜା ଦାୟିତ୍ବ ଶଙ୍କରାଚାର୍ଯ୍ୟ ଓ ପ୍ରଥମ ସେବକ ଗଜପତି ମହାରାଜାଙ୍କର ଅଟେ। ସେଠି ପ୍ରଶାସନ କିମ୍ବା ସରକାରଙ୍କର କିଛି କରିପାରିବେ ନାହିଁ। ଏମାନେ ଯାହା ଚାହିଁବେ ତାହା ସରକାର ଯୋଗାଇ ଦେବେ। ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ଏବଂ ସେବକ ମାନଙ୍କ ପରାମର୍ଶ କରି ପଦକ୍ଷେପ ନେବାର ଆବଶ୍ୟକ ଥିଲା। କିନ୍ତୁ ସରକାର ବି ତାହା କଲେନି।

wp:html /wp:html

 ସେ ଆହୁରି ମଧ୍ୟ କହିଛନ୍ତି,  ସୁପ୍ରିମକୋର୍ଟଙ୍କ ରାୟ ପରେ କାଳ ବିଳମ୍ବ ନ କରି ଗଜପତି କହି ଦେଲେ ଆମେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନିବା ବାଧ୍ୟ। ବିଧି ରକ୍ଷା ଦାୟିତ୍ବ ଶଙ୍କରାଚାର୍ଯ୍ୟ ଗଜପତି ଓ ସେବାୟତ ମାନଙ୍କର ତେଣୁ ସେହି ବିଧିକୁ କିଭଳି ପାଳନ କରାଯିବ ସେ କଥା ଚିନ୍ତା କରାଯାଉ। କାରଣ ଜଗନ୍ନାଥ ହେଉଛନ୍ତି ଏକ ବିଶ୍ୱାସ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା । ଜଗନ୍ନାଥଙ୍କ ବିଧି ରକ୍ଷା କରିବା ପ୍ରତ୍ୟେକ ଓଡ଼ିଆଙ୍କର କର୍ତ୍ତବ୍ୟ ତାଙ୍କ ପ୍ରତି ଏଭଳି ବସ୍ତୁବାଦୀ ଚିନ୍ତା ଧାରା ନେଇ ବିଚାର କରିବା ଠିକ ହୋଇ ନାହିଁ । ରଥଯାତ୍ରା କୌଣସି ପ୍ରକାରେ ବନ୍ଦ ନ ହେଉ ଯେତେ ସଂକ୍ଷିପ୍ତ ହେଉ ପଛେ ବିଧି ରକ୍ଷା ହେଉ ବୋଲି ଦାମୋଦର ରାଉତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.