Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡ. ଅଜୟ କୁମାର ହେଲେ ନୂଆ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ ୨୩।୮: କେରଳ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଫିସର ଡ. ଅଜୟ କୁମାର କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟର ସଚିବ ନିଯୁକ୍ତ ହୋଇଛନ୍ତି। କ୍ୟାବିନେଟ୍ ନିଯୁକ୍ତି କମିଟି  ଡ. କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ଏହି ପଦବୀରେ ଅବସ୍ଥାପିତ ପଶ୍ଚିମବଙ୍ଗ କ୍ୟାଡରର ୧୯୮୨ ବ୍ୟାଚ୍ ଆଇଏଏସ୍ ଅଫିସର ସଞ୍ଜୟ ମିତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଡ. କୁମାର ନିଯୁକ୍ତ ହେବେ। ଡ.କୁମାରଙ୍କ ସମେତ କ୍ୟାବିନେଟ୍ କମିଟି ସୁବାସ ଚନ୍ଦ୍ରାଙ୍କ ନୂତନ ନିଯୁକ୍ତିକୁ ମଧ୍ୟମଞ୍ଜୁରି ପ୍ରଦାନ କରିଛନ୍ତି।

ସୁବାଷ ଚନ୍ଦ୍ରା ସ୍ୱତନ୍ତ୍ର ପ୍ରତିରକ୍ଷା ସଚିବ ଭାବେ ଅବସ୍ଥାପିତ ଥିଲେ। ତେବେ କ୍ୟାବିନେଟ୍ କମିଟି ତାଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ ଭାବେ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ପଦବୀରେ ଡ. କୁମାର ଅବସ୍ଥାପିତ ଥିଲେ। ତେବେ ତାଙ୍କୁ ପ୍ରତିରକ୍ଷା ସଚିବ ପଦକୁ ପଦୋନ୍ନତି ମିଳିବା ପରେ ତାଙ୍କ ଦାୟିତ୍ୱ ଚନ୍ଦ୍ରା ବହନ କରିବେ। ସୁବାଷ ଚନ୍ଦ୍ରା ୧୯୮୬ ବ୍ୟାଚ୍ ର କର୍ଣ୍ଣାଟକ କ୍ୟାଡର ଆଇଏଏସ୍ ଅଫିସର

   Related Posts