କିଛି ଦିନ ପୂର୍ବରୁ ହୋଇଥିଲେ ଡାକ୍ତର, ୧୭ରେ ପାଳନ କରିଥିଲେ ଜନ୍ମଦିନ : କିନ୍ତୁ ସହିଲାନି ଦଇବ, ଇଦରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କଲେ ଆଏଶା

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ ୦୨/୦୮ : ପ୍ରତିଦିନ ଲଗାତାର କରୋନା ସଂକ୍ରମଣ ମାମଲା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି | କରୋନା ସଂକ୍ରମଣରେ ଅନେକ କରୋନା ଯୋଦ୍ଧା ମଧ୍ୟ ପ୍ରାଣ ହରାଇ ସାରିଛନ୍ତି | ଏହି ଖବର ମଧ୍ୟ ଜଣେ କରୋନା ଯୋଦ୍ଧାଙ୍କର | ଇଏ ହେଉଛନ୍ତି ଯୁବା ଡାକ୍ତର ଆଇଶା | ଆଏଶା ଅତ୍ୟନ୍ତ ଖୁଶ ମିଜାଜ ଡାକ୍ତର ଥିଲେ | ସେ କିଛି ଦିନ ପୂର୍ବରୁ ଡାକ୍ତର ହୋଇଥିଲେ | ଡାକ୍ତର ହେବାପରେ ସେ ବହୁତ ଖୁସି ଥିଲେ | କିନ୍ତୁ ତାଙ୍କ ଖୁସି ବେଶୀ ଦିନ ରହିଲାନି | କରୋନା ତାଙ୍କୁ କବଳିତ କରିନେଲା | କରୋନା ସଂକ୍ରମଣର ଶିକାର ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା | କିନ୍ତୁ ସେ ଜୀବନ ଯୁଦ୍ଧରେ ହାରିଗଲେ | ଇଦ ଦିନ ତାଙ୍କର ଦେହାନ୍ତ ହୋଇଗଲା | ଦୁନିଆକୁ ଅଲବିଦା କରିବା ପୂର୍ବରୁ ସେ ଲୋକଙ୍କୁ ପାଇଁ ଏକ ସନ୍ଦେଶ ଛାଡି ଯାଇଛନ୍ତି ଏବଂ ନିଜର ଏକ ସୁନ୍ଦର ହସ |

ଜୁଲାଇ ୧୭ ତାରିଖରେ ଡାକ୍ତର ଆଏଶାଙ୍କର ଜନ୍ମଦିନ ଥିଲା | ଜନ୍ମଦିନ ସେ ବହୁତ ହସଖୁସିରେ ପାଳନ କରିଥିଲେ | ଜନ୍ମଦିନର ଏକ ଭିଡିଓ ସେ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ଆଏଶା ସମସ୍ତଙ୍କ ସହିତ ଏକ ଫଟୋ ଉଠେଇଥିଲେ | ଜୁଲାଇ ୩୧ ତାରିଖରେ ଉଠେଇଥିବା ଏହି ଫଟୋ ଆଏଶା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | ସେତେବେଳେ କେହି ଭାବି ନଥିଲେ ଏହା ଆଏଶାଙ୍କର ଶେଷ ପୋଷ୍ଟ ହେବ | କିନ୍ତୁ ପ୍ରକୃତିର ନିୟମ ବଡ ବିଚିତ୍ର |

wp:core-embed/twitter {"url":"https://twitter.com/drasmalhi/status/1289792502812168192","type":"rich","providerNameSlug":"twitter","className":""}
https://twitter.com/drasmalhi/status/1289792502812168192
/wp:core-embed/twitter

ଫଟୋରେ ଆଏଶା ହସୁଛନ୍ତି | ସେ କରୋନା ସମ୍ପର୍କରେ ଲୋକଙ୍କୁ ସନ୍ଦେଶ ମଧ୍ୟ ଦେଇଛନ୍ତି | ସେ ଲେଖିଛନ୍ତି, 'ହେ ବନ୍ଧୁଗଣ, ମୁଁ କୋଭିଡ-୧୯ ସହ ମୁକାବିଲା କରୁନାହିଁ | ଯେକୌଣସି ମୁହୂର୍ତ୍ତରେ ମତେ ଭେଣ୍ଟିଲେଟର ଲାଗିପାରେ | ମତେ ମନେରଖିବେ | ଆପଣମାନଙ୍କ ପାଇଁ ମୋର ଏହି ହସ, ମନେରଖିବେ | ସମସ୍ତଙ୍କୁ ବହୁତ ମିସ କରିବି | ସମସ୍ତେ ସୁରକ୍ଷିତ ରୁହନ୍ତୁ | ଏହି ମହାମାରୀକୁ ଗମ୍ଭିରାତାର ସହ ନିଅନ୍ତୁ ଓ ସଚେତନ ରୁହନ୍ତୁ, ସମସ୍ତଙ୍କୁ ମୋର ସ୍ନେହ, ବାଏ |'

ଆଏଶାଙ୍କ ମୃତ୍ୟୁ ପରେ ଡାକ୍ତର ଅମରୀନ୍ଦ୍ର ନାମକ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ଆଏଶା ନିକଟରେ ଡାକ୍ତର ହୋଇଥିଲେ | ୧୭ ତାରିଖରେ ସେ ଜନ୍ମଦିନ ପାଳନ କରିଥିଲେ | ଇଦ ଦିନ ନିଜର ସୁନ୍ଦର ହସ ସହିତ ସେ ଦୁନିଆକୁ ଅଲବିଦା କରିଛନ୍ତି |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.